Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍
  • ||
  • ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ
  • ||
  • ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ : ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ
  • ||
  • ଆଉ ଏକ ଲଘୁଚାପ : ୧୮ରୁ ବଢିବ ବର୍ଷା, ଉତ୍ତରରେ ଛେଚିବ
  • ||
  • ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର
  • ||
  • ଶୌଚ ପାଇଁ ଗଲା ବେଳେ ମାଡିଗଲା ଅଜଣା ଗାଡି, ୨ ମହିଳା ମୃତ
  • ||
  • ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଚକ-ଅଖ ସବୁ ଠପ୍
  • ||

କରୋନା ଭାଇରସର ଉତ୍ପତି ତଦନ୍ତ ଲାଗି ଚୀନ୍‌ରେ ପହଞ୍ଚିଲେ WHO ପ୍ରତିନିଧି ଦଳ

10/07/2020 at 5:29 PM

ବେଜିଂ ୧୦।୭: ବୈଶ୍ୱିକ ମହାମାରୀ କୋଭିଡ-୧୯ର ଉତ୍ପତି ଅନୁସନ୍ଧାନ ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କ ଦୁଇ ସଦସୀୟ ପ୍ରତିନିଧି ଦଳ ଶୁକ୍ରବାର ଚୀନ୍‌ ରାଜଧାନୀ ବେଜିଂରେ ପହଞ୍ଚିଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ମନେ କରାଯାଉଥିବା ବେଳେ ଏଥିଲାଗି ପ୍ରତିନିଧି ଦଳ ୨ ଦିନ ବେଜିଂରେ ଅବସ୍ଥାନ କରିବେ। ଚୀନ୍‌ ଗସ୍ତରେ ଯାଇଥିବା ଏହି ଦୁଇ ଡବ୍ଲୁଏଚଓ ପ୍ରତିନିଧିଙ୍କ ମଧ୍ୟରେ ଜଣେ ପଶୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଥିବା ବେଳେ ଅନ୍ୟ ଜଣକ ମହାମାରୀ ବିଶେଷଜ୍ଞ ବୋଲି ଜାତିସଂଘ କହିଛନ୍ତି।

ଉଭୟ ବିଶେଷଜ୍ଞ ଭବିଷ୍ୟତରେ ମଧ୍ୟ କାର୍ଯ୍ୟକ୍ରମର ଅଂଶ ବିଶେଷ ରହିବେ। ମହାମାରୀ ଏବେ ସାରା ବିଶ୍ୱକୁ ବ୍ୟାପିଯାଇଥିବା ବେଳେ ଏହାର ନିୟନ୍ତ୍ରଣ ଲାଗି ନା ଏପର୍ଯ୍ୟନ୍ତ ଚିକିତ୍ସା ବିକଶିତ ହୋଇଛି ନା ରୋକିବାକୁ ଟିକା। ଏଣୁ ଭୂତାଣୁର ଉତ୍ପତି ଏ ଦିଗରେ ମାର୍ଗ ଦର୍ଶନ କରିପାରିବ ବୋଲି ବିଶେଷଜ୍ଞମାନେ ଆଶାପୋଷଣ କରୁଛନ୍ତି। ଅନ୍ୟପକ୍ଷରେ ଭୂତାଣୁ ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନଙ୍କ କାର୍ଯ୍ୟପ୍ରଣାଳୀରେ ଅସନ୍ତୋଷ ପ୍ରକାଶ କରି ଆମେରିକା ନିଜୁ ସଙ୍ଗଠନରୁ ଦୂରେଇ ନେଇଛି।

ରାଜନୈତିକ ଦୃଷ୍ଟିରୁ ମଧ୍ୟ ଡବ୍ଲୁଏଚଓ ବିଶେଷଜ୍ଞଙ୍କ ଚୀନ୍‌ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଚୀନ୍‌ ପ୍ରଥମରୁ ଭୂତାଣୁ ନେଇ ବିଶ୍ୱକୁ ଅନ୍ଧାରରରେ ରଖିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନଙ୍କୁ ସୂଚିତ କରିବାରେ ମଧ୍ୟ ବିଳମ୍ବ କରିଥିଲା। ସଂକ୍ରମଣର କାରଣ, ଲକ୍ଷଣ ଓ ଅସୁସ୍ଥତା ସମ୍ପର୍କରେ ଅନେକ କିଛି ଏପରିକି ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ଗୋପନ ରଖିଥିବାର ସନ୍ଦେହ କରାଯାଉଛି।

ଏଣୁ ଗତ ମେ ମାସରେ ୧୨୦ରୁ ଅଧିକ ଦେଶ ଭୂତାଣୁ ଉତ୍ପତିର ଯାଞ୍ଚ ଲାଗି  ସଙ୍ଗଠନଙ୍କ ନିକଟରେ ଦାବି କରିଥିଲେ। ତେବେ ଏଥିଲାଗି ଚୀନ୍‌ ମହାମରୀ ଥମିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଲାଗି କହିଥିଲା। ଚୀନ୍‌ରେ ମହାମାରୀ ଏବେ ନିୟନ୍ତ୍ରଣାଧୀନ ହୋଇଛି। ଏଣୁ ଡବ୍ଲୁଏଚଓ ପ୍ରତିନିଧିଙ୍କୁ ଭୂତାଣୁର ଉତ୍ପତି ଓ ବ୍ୟାପ୍ତି ଯାଞ୍ଚ ଲାଗି ୨ ସଦସୀୟ ପ୍ରତିନିଧି ମଣ୍ଡଳଙ୍କୁ ଚୀନ ପଠାଇଛି।

   Related Posts