କରୋନାରୁ ରକ୍ଷା ପାଇବା ପାଇଁ ପିଇଦେଲେ ନିଜେ ପ୍ରସ୍ତୁତ କରିଥିବା ଔଷଧ, ଚାଲିଗଲା ଜୀବନ

Published By : Prameya-News7 Bureau | May 09, 2020 IST

ଚେନ୍ନାଇ, ୦୯|୦୫: କରୋନା ଭାଇରସ ସାରା ବିଶ୍ୱରେ ୨ ଲକ୍ଷ ୭୪ ହଜାରରୁ ଅଧିକ ଜୀବନ ନେଇସାରିଲାଣି । ପ୍ରାୟ ୪୦ ଲକ୍ଷ ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହାର ଆତଙ୍କ ଥମିବାର ନାଁ ନେଉନାହିଁ । ଏପରିକି ଡାକ୍ତର ଓ ବୈଜ୍ଞାନିକମାନେ ଏହାର ପ୍ରତିଷେଧକ ବାହାରି ପାରି ନାହାଁନ୍ତି । ଏହା ମଧ୍ୟରେ ଚେନ୍ନାଇରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାକାର ୨ଜଣ ଆୟୁର୍ବେଦିକ ଫାର୍ମାସିଷ୍ଟ୍ ଓ ପ୍ରଡକ୍ସନ ମ୍ୟାନେଜର  ନିଜେ ପ୍ରସ୍ତୁତ କରିଥିବା ମେଡିସିନ୍ ଖାଇ ପ୍ରାଣ ହରାଇଛନ୍ତି ।

ଲକଡାଉନରେ ତିଆରି କରିଥିଲେ ଔଷଧ

ଦି ହିନ୍ଦୁର ରିପୋର୍ଟ ଅନୁସାରେ, ୪୭ ବର୍ଷୀୟ ଫାର୍ମାସିଷ୍ଟ୍ କେ ସିବାନସେନ୍ ଚେନ୍ନାଇର ସୁଜାତା ବାୟୋଟେକରେ କାମ କରନ୍ତି । କମ୍ପାନୀର ଏକ ପ୍ଲାଣ୍ଟ୍ ଉତ୍ତରାଖଣ୍ଡର କାଶାପୁରରେ ରହିଛି । ଏଠାରେ ପୂର୍ବରୁ ଅନେକ ଔଷଧ ତିଆରି ହୋଇସାରିଛି । ସିବାନସେନ୍ ମଧ୍ୟ ପୂର୍ବରୁ ଅନେକ ଔଷଧର ଫର୍ମୁଲା ତିଆରି କରିଛନ୍ତି । ସେ କମ୍ପାନୀରେ ମ୍ୟାନେଜିଂ ଡାଇରେକକ୍ଟର ରାଜକୁମାରଙ୍କ ସହ ମଧ୍ୟ ଲଗାତାର ଭାବେ ସାକ୍ଷାତ କରିଥାନ୍ତି । କିନ୍ତୁ ଲକଡାଉନ୍ ପାଇଁ ସିବାନସେନ୍ ଚେନ୍ନାଇରେ ଫସିଯାଇଥିଲେ ।

ସେ ଗୁରୁବାର କିଛି କେମିକାଲକୁ ନେଇ ଏକ ଔଷଧ ପ୍ରସ୍ତୁତ କରିଥିଲେ । ଏହାକୁ ସେ ରାଜକୁମାରଙ୍କୁ ଖାଇବାକୁ କହିଥିଲେ । ଏହାକୁ ଚାଖିବା ପରେ ରାଜକୁମାର ବେହୋସ ହୋଇଗଲେ । ଏହା ମଧ୍ୟରେ ସିବାନସେନ୍ ରୋଷେଇ ଘରକୁ ଯାଇ ମେଡିସିନକୁ ପାଣିରେ ମିଶାଇ ପିଇଦେଇଥିଲେ । ସେ ମଧ୍ୟ ବେହୋସ ହୋଇଯାଇଥିଲେ । ତୁରନ୍ତ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଉଭୟ ପ୍ରାଣ ହରାଇଥିଲେ । ପୋଲିସ ଉଭୟଙ୍କ ମୃତଦେହର ପୋଷ୍ଟମଟର୍ମ କରି ତଦନ୍ତ ଆରମ୍ଭ କରିଛି ।

କମ୍ପାନୀର ମିଡିଆ ମ୍ୟାନେଜର କହିଛନ୍ତି ଯେ, ଲକଡାଉନ ପାଇଁ ସିବାନସେନ୍ ଚେନ୍ନାଇରେ ଫସିଯାଇଥିଲେ । ଏହି ସମୟରେ ସେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ବଜାରରୁ ଏକ କେମିକାଲ କିଣିଥିଲେ । ଏହା ପିଇବା ପରେ ସେ ପ୍ରାଣ ହରାଇଥିଲେ । ଏହି କେମକିଲା ବ୍ୟବହାର କରାଯାଏ ନାହିଁ ବୋଲି କମ୍ପାନୀ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.