କଟକରେ ଉଦଘାଟିତ ହେଲା ଆଉ ଦୁଇଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

Published By : Prameya-News7 Bureau | March 07, 2019 IST

କଟକ୭|୩: ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇଛି କଟକ । ଚାଉଳିଆଗଞ୍ଜରେ କୁଞ୍ଜବିହାରୀ ଜୀଉ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ନିମପୁରରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉଦ୍‌ଘାଟିତ । କଟକ ପୂର୍ବାଞ୍ଚଳର ଲୋକମାନଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଉଭୟ ସ୍ଥାନରେ ଦୁଇ ଦୁଇଟି ସ୍ବାସ୍ଥ୍ୟ କେନ୍ଦ୍ର ଲୋକାର୍ପିତ କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ପ୍ରତାପ ଜେନା ।

{"id":91401,"width":593,"height":333}

ପାଖାପାଖି ୫ କୋଟି ଟଙ୍କା ବ୍ୟୟ ଅଟକଳରେ ଚାଉଳିଆଗଞ୍ଜରେ ନିର୍ମିତ ହୋଇଛି ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ସିଏମ୍‌ସି ଅନ୍ତର୍ଗତ ୪୨ ନମ୍ବର ଓ୍ବାର୍ଡ୍‌ରେ ଲୋକର୍ପିତ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ୫୦ ବେଡ୍ବିଶିଷ୍ଟ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଓପିଡି ସହ ମେଡିକାଲ୍ କେୟାର, ସର୍ଜରୀ, ଗାଇନିକ୍, ମେଡିସିନ୍ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଡାକ୍ତରମାନେ ରୋଗୀ ସେବା ଯୋଗାଇ ଦେବେ । ଜଣେ ଅଧୀକ୍ଷକଙ୍କ ତତ୍ତ୍ବାବଧାନରେ କାମ କରିବେ ଜଣେ ହେଲ୍‌ଥ ଅଫିସର, ୪ ଜଣ ସ୍ପେଶାଲିଷ୍ଟ, ୫ ଜଣ ଷ୍ଟାଫ୍ ନର୍ସ । ଏହି ସ୍ବାସ୍ଥ୍ୟକେନ୍ଦ୍ର ଦ୍ବାରା ଉପକୃତ ହେବେ ପାଖାପାଖି ୩ ଲକ୍ଷ ଲୋକ ।

{"id":91402,"width":595,"height":334}

ନିମପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ୮୦ ଲକ୍ଷ ଟଙ୍କା । ଏଠାରେ ଜଣେ ମେଡିକାଲ ଅଫିସରଙ୍କ ତତ୍ତ୍ବାବଧାନରେ ୫ ଜଣ ପାର୍ଟ ଟାଇମ୍ ସ୍ପେଶାଲିଷ୍ଟ, ଜଣେ ଫାର୍ମାସିଷ୍ଟ, ୨ ଜଣ ଷ୍ଟାଫ୍ ନର୍ସ କାମ କରିବେ । ଏହି ସ୍ବାସ୍ଥ୍ୟକେନ୍ଦ୍ର ଦ୍ବାରା ଉପକୃତ ହେବେ ଜଗତପୁର ନିମପୁରର ଶତାଧିକ ଲୋକ ।

{"id":91403,"width":592,"height":333}

 ଚାଉଳିଆଗଞ୍ଜ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦିନସାରା ଖୋଲା ରହିବ । କିନ୍ତୁ ନିମପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସକାଳ ୮ଟାରୁ ୧୧ଟା ଓ ଅପରାହ୍ଣ ୫ଟାରୁ ୮ଟା ପର୍ଯ୍ୟନ୍ତ ଖୋଲା ରହିବ ।

{"id":91404,"width":595,"height":334}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.