Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଛତିଶଗଡରେ ପୋଲିସ ଏନ୍‌କାଉଣ୍ଟର, ୨ ନକ୍ସଲ ନିହତ

21/04/2019 at 11:07 AM

ବିଜାପୁର ୨୧|୪: ଛତିଶଗଡ ବିଜାପୁରରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଫଳରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି । ଗ୍ରେହାଉଣ୍ଡସ୍ ଫୋର୍ସ ଏବଂ ଛତିଶଗଡ ପୋଲିସର ମିଳିତ ଅପରେସନରେ ଏନକାଉଣ୍ଟର ହୋଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ସୂଚନା ଅନୁସାରେ ଆଜି ଛତିଶଗଡ ବିଜାପୁରରେ ପାମେଡ ଗାଁ ଜଙ୍ଗଲରେ ନକ୍ସଲ ଲୁଚି ରହିଥିବା ସୂଚନା ମିଳିବା ପରେ ଗ୍ରେହାଉଣ୍ଡସ୍ ଫୋର୍ସ ଏବଂ ଛତିଶଗଡ ପୋଲିସ ମିଳିତ ଭାବରେ ସର୍ଚ୍ଚ ଅପରେସନ କରିଥିଲେ । ଏହି ସମୟରେ ନକ୍ସଲମାନେ ଆଗ ଗୁଳିଚାଳନା କରିଥିଲେ । ପୋଲିସ ଏହାର ପାଲଟା ଜବାବ ଦେଇଥିଲା । ଫଳରେ ପୋଲିସ ଗୁଳିରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି । ପାମେଡ ଗାଁ ଜଙ୍ଗଲରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

   Related Posts