Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଆତ୍ମସମର୍ପଣ କଲେ ୨ ହାର୍ଡକୋର ନକ୍ସଲ

12/07/2020 at 1:02 PM

ମାଲକାନଗିରି, ୧୨।୦୭:  ମାଲକାନଗିରି ଏସ.ପି.ଙ୍କ ପାଖରେ ଆଜି ଦୁଇ ଜଣ ହାର୍ଡ କୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଦୀର୍ଘ ୮ ବର୍ଷ ଧରି ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ଏହି ନକ୍ସଲ ଦମ୍ପତ୍ତି । ଉଭୟେ ପରସ୍ପରକୁ ଭଲ ପାଉଥିଲେ ।

ଆତ୍ମ ସମର୍ପଣ କରିଥିବା ନକ୍ସଲ ଦ୍ୱୟ ହେଲେ କାନା ମାଢି ଓ ପୁନମ ମିଲିଟାରୀ । କାନା ମାଢି ଆନ୍ଧ୍ର ଓଡିଶା ବୋର୍ଡର ଷ୍ପେସାଲ ଜୋନାଲ କମିଟିର ଏରିଆ କମାଣ୍ଡର ରହିଥିବା ବେଳେ ଲାକେ ପୁନମ ମିଲିଟାରୀ ପ୍ଲାଟୁନର ସଦସ୍ୟ ଥିଲେ । କାନା ମାଢିଙ୍କ ନିଜ ଘର କାଲିମେଳା ଥାନା ଅନ୍ତର୍ଗତ ସୁଧାକୋଣ୍ଡାରେ ହୋଇଥିବା ବେଳେ ଲାକେ ପୁନମଙ୍କ ନିଜ ଘର ଛତିଶଗଡ ବିଜାପୁର ଜିଲ୍ଲାରେ ବୋଲି ଜଣା ପଡିଛି ।

ଚିତ୍ରକୋଣ୍ଡା ଅଞ୍ଚଳରେ ସକ୍ରିୟ ଥିବା ଏହି ଦୁଇ ନକ୍ସଲ ଦମ୍ପତ୍ତିଙ୍କ ନାମରେ ପୁର୍ବରୁ ଅନେକ ମାମଲା ରହିଛି । କାନା ମାଢିଙ୍କୁ ଧରିବା ଲାଗି ପୁର୍ବରୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିବା ବେଳେ ପୁନମଙ୍କ ଲାଗି ୨ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲେ । ତେବେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ସ୍ବାଭିମାନ ଅଞ୍ଚଳରେ ପୋଲିସର ଛାଉଣି ହୋଇଥିବା ବେଳେ ସେଠାରେ ବିକାଶ ଧାରା ଆଗେଇ ଚାଲିଛି ଯାହାକୁ ତେଲୁଗୁ ମାଓନେତା ମାନେ ବିରୋଧ କରୁଥିବାରୁ ଏହି ଦୁଇ ଜଣ ସଂଗଠନ ଛାଡି ପୋଲିସ ପାଖରେ ଆତ୍ମ ସମର୍ପଣ କରିଛନ୍ତି ।

   Related Posts