Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଧ୍ୱଂସ ହେଲା ୨ ମାଓ କ୍ୟାମ୍ପ, ବିପୁଳ ପରିମାଣର ବନ୍ଧୁକ ଓ ଅନ୍ୟ ସାମଗ୍ରୀ ଜବତ

18/09/2020 at 5:48 PM

କନ୍ଧମାଳ, ୧୮ ।୦୯:   କନ୍ଧମାଳ ଓ କଳାହାଣ୍ଡି ପୋଲିସ ମିଳିତ ଭାବେ ୨ ଦିନ ଧରି ବାଲିଗୁଡା  ଓ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଅଭିଯାନ କରି ୨ଟି ମାଓ କ୍ୟାମ୍ପ ଧ୍ୱଂସ କରିଛନ୍ତି । ଏହାସହ ବନ୍ଧୁକ ଓ ମାଓ ସାମଗ୍ରୀ ମଧ୍ୟ ପୋଲିସ ଓ ଯବାନମାନେ ଜବତ କରିଛି। ଏ ନେଇ କନ୍ଧମାଳ ଏସପି ଭୀନିତ୍ ଅଗ୍ରୱାଲ  ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ମାଓ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂତ୍ରରୁ ଖବର ପାଇ ଗତ ୧୫ ତାରିଖରେ ବାଲିଗୁଡା ଥାନା ପୋଖରିବନ୍ଧ ଜଙ୍ଗଲରେ ପୋଲିସର ଏସଓଜି ଓ ଡିଭିଏଫ ଟିମ୍ କମ୍ବିଂ ଅପରେସନ କରିଥିଲା। ଏହି ସମୟରେ ମାଓବାଦୀଙ୍କ ସହ ସାମ୍ନାସାମ୍ନି ହେବା ସହ ଗୁଳିବିନିମୟ ହୋଇଥିଲା। ପ୍ରାୟ ୧୫ ମିନିଟ୍ ଗୁଳିବିନିମୟ ପରେ ମାଓବାଦୀ ମାନେ ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ। ଏହାପରେ ପୁଲିସ୍ ସର୍ଚ୍ଚ ଅପରେସନ କରି ଏକ ମାଓ କ୍ୟାମ୍ପ ଠାବ କରିବା ସହ ସେଠାରୁ ୩ଟି ଦେଶୀ ବନ୍ଧୁକ ଓ ଅନ୍ୟ ମାଓ ସାମଗ୍ରୀ ଓ ଔଷଧ ଜବତ କରିଥିଲେ।

ପୁଣି ତା ପରଦିନ ଅର୍ଥାତ୍ ୧୬ ତାରିଖରେ କନ୍ଧମାଳ ଓ କଳାହାଣ୍ଡି ପୋଲିସ୍ ମିଳିତ ଭାବେ ତୁମୁଡିବନ୍ଧ ଥାନା ବୁରାନଇ ଜଙ୍ଗଲରେ କମ୍ବିଂ ଅପରେସନ କରିଥିଲେ। ସେହି ଜଙ୍ଗଲରେ କନ୍ଧମାଳ ପୋଲିସର ଏସଓଜି ଓ ଡିଭିଏଫ ଟିମଙ୍କ ସହ ମାଓବାଦୀଙ୍କ ୨ଥର ଗୁଳିବିନିମୟ ହୋଇଥିଲା। ଏଥର ମଧ୍ୟ ମାଓବାଦୀମାନେ ଜଙ୍ଗଲ ମଧ୍ୟକୁ ପଳାଇଥିଲେ। ଏଠାରେ ମଧ୍ୟ ଏକ ମାଓ କ୍ୟାମ୍ପ ଠାବ ହୋଇଥିଲା ଓ ସେଠାରୁ ମାଓ ସାମଗ୍ରୀ ଓ ଔଷଧ ଜବତ ହୋଇଥିଲା। ମାଓବାଦୀଙ୍କ ଏହି ଦୁଇ କ୍ୟାମ୍ପର କେକେବିଏନ ଡିଭିଜନର ୧୦ରୁ୧୫ ଜଣ ସଦସ୍ୟ ଥିବାର ସନ୍ଦେହ କରାଯାଉଛି।

ମାଓ ସଂଗଠନର କେନ୍ଦ୍ରୀୟ ନେତା ମୁରଲୀ ଉକ୍ତ କ୍ୟାମ୍ପରେ ରହି ମାଓ ସଂଗଠନକୁ ଦୃଢ କରିବାକୁ ଉଦ୍ୟମ କରୁଥିବା ସୂଚନା ମିଳୁଥିବା ଏସପି ଅଗ୍ରୱାଲ କହିଛନ୍ତି। ତେବେ କନ୍ଧମାଳ ପୋଲିସ୍ ଏଥିପ୍ରତି ସତର୍କ ରହିଥିବା ଏସପି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏକ ସପ୍ତାହ ତଳେ ବାଲିଗୁଡା ଥାନା ଅନ୍ତର୍ଗତ ଭଣ୍ଡରଙ୍ଗି ସିର୍କି ଜଙ୍ଗଲରେ କଳାହାଣ୍ଡି ପୁଲିସ୍ ଗୁଳିରେ ୫ ଜଣ ମାଓବାଦୀ ନିହତ ହୋଇଥିଲେ।  ଦୁଇଜଣ ଏସଓଜି ଯବାନ ମଧ୍ୟ ସହିଦ ହୋଇଥିଲେ। ଏହା ପୂର୍ବରୁ ଗତ ଜୁଲାଇ ମାସରେ କନ୍ଧମାଳ ପୋଲିସ୍ ଦ୍ୱାରା ତୁମୁଡିବନ୍ଧ ଥାନା ସିର୍ଲା ଜଙ୍ଗଲରେ ୨ଥର ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇ ୭ ଜଣ ମାଓବାଦୀ ନିହତ ହୋଇଥିଲେ।

   Related Posts