ଛାତ୍ରୀଙ୍କୁ ଟଣା-ଓଟରା କରୁଥିଲେ, ନିସ୍ତୁକ ପିଟିଲେ ଝିଅଘର ଲୋକ

Published By : Prameya-News7 Bureau | April 16, 2021 IST

ନୀଳଗିରି,୧୬/୪: ଦୁଇଜଣ ବ୍ୟକ୍ତି ଜୈନିକ ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ । ଯାହାକୁ ନେଇ ଗାଁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଭିଯୁକ୍ତ ଦୁଇଜଣଙ୍କୁ ଆକ୍ରମଣ କରାଯାଇଥବାରୁ ସେମାନେ ଗୁରୁତର ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ନୀଳଗିରି ଥାନା ଅଧିନ ଡେଙ୍ଗାସାହି ଗ୍ରାମର ରଣଜିତ ମଲ୍ଲିକ ଓ ରବିନ୍ଦ୍ର ସିଂ ଗତକାଲି ରାତ୍ର ୯ ଟା ସମୟରେ ଜୈନିକ ଛାତ୍ରୀଙ୍କୁ ଟଣାଓଟରା କରିଥିବାର ଅଭିଯୋଗ ହୋଇଥିଲା । ପରେ ଝିଅଟିର ଘର ଲୋକ ଦୁଇଜଣଙ୍କୁ ପିଟାମରା କରି ରକ୍ତାକ୍ତ କରି ପକାଇଥିବା ଜଣାପଡିଛି ।

ଘଟଣା ସଂପର୍କରେ ଜାଣି ଯାଇ ନୀଳଗିରି ଥାନାରେ ପହଁଚିବା ପରେ ପୋଲିସ ଉଭୟ ପକ୍ଷଙ୍କୁ ଥାନାରେ ଅଟକ ରଖିଥିବା ବେଳେ ତଦନ୍ତ ଜାରି ରଖିଥିବା ଜଣାପଡିଛି । ତେବେ ଘଟଣାକୁ ନେଇ ଗାଁରେ ଉତ୍ତେଜନ ମୂଳକ ସ୍ଥିତି ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.