ଲକଡାଉନ୍‌ରେ ଚାଲିଥିଲା ମଦ ବେପାର, ଚଢଉରେ ଜବତ ହେଲା ମାତ୍ର ୨ଟି ବିୟର ବୋତଲ

Published By : Prameya-News7 Bureau | May 10, 2021 IST

ଗୋପାଳପୁର ୧୦/୦୫: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ସାନକୁଶସ୍ଥଳୀ ଗାଁରେ ଚୋରା ବିଦେଶୀ ମଦ ବିକ୍ରି ଖବର ପାଇ ଅବକାରୀ ଅଧିକାରୀମାନେ ସେଠାରେ ଚଢ଼ଉ କରିଥିଲେ । ତେବେ ବିଭାଗୀୟ କର୍ମଚାରୀଙ୍କୁ ହଟହଟା ହେବା ସହ ସେମାନଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି ।

କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ବେଳେ ଲାଇସେନ୍‌ସପ୍ରାପ୍ତ ବିଦେଶୀ ମଦ ଦୋକାନ ବନ୍ଦ ରହିଛି । କିନ୍ତୁ ସାନକୁଶସ୍ଥଳୀ ଗାଁର ଜଣେ ବ୍ୟକ୍ତି ଘରେ ଚୋରା ବିଦେଶୀ ମଦ ରଖି ଅଧିକ ଦରରେ ବିକ୍ରି କରୁଥିବା ଖବର ମିଳିଥିଲା । ବ୍ରହ୍ମପୁର ଅବକାରୀ ଜିଲ୍ଲା ଷ୍ଟ୍ରାଇକିଂ ଫୋର୍ସ, ସଦର ରେଞ୍ଜ୍‌ ଅଧିକାରୀ ଓ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା କନିଷି ତହସିଲଦାର ଉକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲେ । କିନ୍ତୁ ସେଠାରୁ ମାତ୍ର ଦୁଇଟି ବିୟର୍‌ ବୋତଲ ମିଳିଥିଲା । ଅବକାରୀ ଅଧିକାରୀମାନେ ମଦ କେଉଁଠାରୁ ଆଣିଛ ବୋଲି ପଚାରିବାରେ ଆମେ ପିଇବା ପାଇଁ ଆଣିଛୁ କହି ଯୁକ୍ତିତର୍କ କରିଥିଲେ ସମ୍ପୃକ୍ତ ବ୍ୟକ୍ତି । ଏପରିକି ତାଙ୍କ ପୁଅ ଅବକାରୀ ଟିମ୍‌ ଉପରେ ଆକ୍ରମଣ ଉଦ୍ୟମ କରିଥିଲେ । ଗୋପାଳପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.