ବାଇକ ହ୍ୟାଣ୍ଡେଲରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ପଳେଇଲେ ଦୁଇ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଦୃଶ୍ୟ

Published By : Prameya-News7 Bureau | September 16, 2021 IST

ପାଟଣା, ୧୬/୦୯: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବଜାର ହନୁମାନ ପିଣ୍ଡି ନିକଟରୁ ଲୁଟ ହୋଇଛି। ଟଙ୍କା ଭର୍ତ୍ତୀ ବ୍ୟାଗକୁ ନେଇ ପଳାଇଛନ୍ତି ଦୁଇ ଦୁର୍ବୁତ୍ତ। ଲୁଟର ଶିକାର ହୋଇଛନ୍ତି ଦିଗିପଶି ଗ୍ରାମର ମୁନା ଟୁଡୁ ।

wp:html https://www.youtube.com/watch?v=sqDT6jwDNWw /wp:html

ସୂଚନା ଅନୁସାରେ ଆଜି ଅପରାହ୍ନରେ ମୁନା ବ୍ୟାଙ୍କ ଅଫ ଇଣ୍ଡିଆ ସାହାରପଡା ଶାଖାରୁ ୧୮ ହଜାର ଟଙ୍କା ଉଠାଇ ଥିଲେ। ଟଙ୍କା ଉଠାଇ ଆସି ହନୁମାନ ପିଣ୍ଡି ନିକଟରେ ବାଇକ ହ୍ୟାଣ୍ଡେଲରେ ବ୍ୟାଗକୁ ରଖି ସାର କିଣିବାକୁ ଯାଇଥିଲେ। ଫେରିବା ସମୟରେ ବାଇକରେ ବ୍ୟାଗ ନଥିବା ଦେଖିବାକୁ ପାଇବା ପରେ ପାଖ ଦୋକାନର ସିସିଟିଭିକୁ ଦେଖି ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ପାଟଣା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଛାନ୍ ଭିନ୍ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.