Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ସିସିଟିଭିରେ କଏଦ ଥିଲା ଲୁଟ୍‌ର ଦୃଶ୍ୟ, ୨ ଲୁଟେରାଙ୍କୁ ଗିରଫ କଲା ପୋଲିସ

12/01/2021 at 6:04 PM

ବରଗଡ୧୨/୧: ବରଗଡ଼ସ୍ଥିତ ବିନାୟକ ହୋଟେଲ ପରିସରରେ ଲୁଟ୍‌ ହୋଇଥିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ୨ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ଗିରଫ ଲୁଟେରା ହେଲେ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୫ର ରାମ ଓରଫ ରାଘବ ନାଏକ ଏବଂ ହର୍ଲୁ ଗୁର୍ଲା। ଗିରଫ ପରେ ଦୁର୍ବୃତ୍ତଙ୍କଠାରୁ ୨ ଲକ୍ଷ ୩୫ ହଜାର ଟଙ୍କା, ଗୋଟିଏ ବାଇକ୍‌, ୨ଟି ଛୁରୀ ଏବଂ ୪ଟି ମୋବାଇଲ ଫୋନ ଜବତ୍‌ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।

ସୂଚନାଯୋଗ୍ୟ ଯେ ଛତିଶଗଡ଼ ରାଜ୍ୟର ବ୍ୟବସାୟିକ ପ୍ରତିଷ୍ଠାନ ପ୍ରକାଶ ମାର୍କେଟିଙ୍ଗ ନାମକ କମ୍ପାନୀର କର୍ମଚାରୀ ଆଲୋକ ଭଟ୍ଟଙ୍କୁ ଛୁରୀ ଦେଖାଇ ଦୁର୍ବୃତ୍ତମାନେ ଲୁଟ୍ କରିଥିଲେ। ଗତ ରବିବାର ଆଲୋକ ସହରର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନରୁ ଟଙ୍କା ସଂଗ୍ରହ କରି ଫେରିଥିଲେ।

ବରଗଡ଼ସ୍ଥିତ ଏକ ହୋଟେଲରେ ସେ ପହଞ୍ଚିଥିଲେ। ହୋଟେଲ ରିସେପ୍ସସରେ ଛିଡା ପାଖରେ ଆଲୋକ ଛିଡା ହୋଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଭୁଜାଇ ଧରି ସେଠାରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ଅତର୍କିତ ଭାବେ ଆଲୋକଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହାପରେ ତାଙ୍କଠୁ ୪୮ ହଜାର ଟଙ୍କା  ସହ ମୋବାଇଲ ଲୁଟି ନେଇଥିଲେ ଦୁର୍ବୃତ୍ତ। ଏହି ଲୁଟ୍‌ର ସମସ୍ତ ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ତଦନ୍ତ।

   Related Posts