ରାଉରକେଲା: ପୂଜା ସ୍ପଞ୍ଜ ଆଇରନ କାରଖାନାରେ ଦୁର୍ଘଟଣା, ୨ ଶ୍ରମିକ ମୃତ
6/01/2020 at 10:20 PM

ରାଉରକେଲା ୬।୧: ରାଉରକେଲା କାଲୁଙ୍ଗାସ୍ଥିତ ପୂଜା ସ୍ପଞ୍ଜ ଆଇରନ କାରଖାନାରେ ସୋମବାର ଅପରାହ୍ଣରେ ବଡ ଧରଣର ଦୁର୍ଘଟଣା ଘଟିଛି। ଫଳରେ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ୨ମୃତକ ଶ୍ରମିକଙ୍କୁ ଅଜୟ ସାମଦ (୨୩) ଓ ପଙ୍କଜ କେରକେଟା (୪୮) ଭାବେ ଚିହ୍ନଟ କରାଯାଇଛି। ପଙ୍କଜର ଘର ଝାଡ଼ଖଣ୍ଡରେ ହୋଇଥିବା ବେଳେ ଅଜୟ ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆର ବୋଲି ସୂଚନା ମିଳିଛି।
ସେମାନଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ଆରଜିଏଚ୍ ଅଣାଯାଇଥିବା ବେଳେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ସେମାନଙ୍କ ଶବ ଏବେ ଆରଜିଏଚ ଶବାଗାରରେ ରହିଛି। ତେବେ କାରଖାନାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନଥିବା ଯୋଗୁ ୨ ଶ୍ରମିକଙ୍କ ମୃତ୍ୟ ହେଲା ବୋଲି ପିରବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ମାମଲାର ତଦନ୍ତ କରୁଛି ।
Related Posts
ଓଲଟିଲା ବେଆଇନ ଗୋରୁ ବୋଝେଇ ଗାଡି
17 January 2021
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021