ବସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ

Published By : Prameya-News7 Bureau | October 14, 2020 IST

ଖଲ୍ଲିକୋଟ୧୪/୧୦: ଛତିଶଗଡ ରାୟପୁର ଚେରିଖେଡି ନିକଟରେ ବସ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ସମୀର ମହାଙ୍କୁଡଙ୍କ ପରିବାର ବର୍ଗଙ୍କୁ ୨ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ରାଶି ଘୋଷଣା କରିଥିଲେ। ବୁଧବାର ଛତ୍ରପୁର ତହସିଲ କାର୍ଯ୍ୟାଳୟରେ ତହସିଲଦାର ନୀଳମାଧବ ଭୋଇ ମୃତ ସମୀର ମହାଙ୍କୁଡଙ୍କ ପରିବାର ବର୍ଗଙ୍କୁ ୨ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶିର ଏକ ଚେକ୍ ପ୍ରଦାନ କରିଛନ୍ତି।

ଏହି ଚେକ୍ ପ୍ରଦାନ ବେଳେ ମୃତ ସମୀରଙ୍କ ବାପା ରାଜୁ ମହାଙ୍କୁଡ, ମାଆ ମୋଚିଆଣି ମହାଙ୍କୁଡ , ଅବିବାହିତ ବଡ ଭଉଣୀ ଲକ୍ଷ୍ମୀ ଓ ସାନ ଭଉଣୀ ତୁଳସୀ ଉପସ୍ଥିତ ଥିଲେ । ସୂଚନା ଥାଉକି ସେପ୍ଟେମ୍ବର ୪ରୁ ଗଞ୍ଜାମ ଜ଼ିଲ୍ଲା ଆସ୍କାରୁ ଏକ ବସ ଯୋଗେ ୬୦ରୁ ଉର୍ଦ୍ଧ୍ବ ଶ୍ରମିକ ସୁରଟ ଯାଉଥିବା ବେଳେ ୫ ତାରିଖ ଭୋର ସମୟରେ ବସ ଦୁର୍ଘଟଣା ହୋଇଥିଲା। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ସମସ୍ତ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.