ରାଜ୍ୟକୁ ଆସୁଛି ଆଉ ୨ ଲକ୍ଷ ୫୦ ହଜାର ଟିକା, ସବୁ ଜିଲ୍ଲାକୁ ବଣ୍ଟନ କରାଯିବ

Published By : Prameya-News7 Bureau | April 10, 2021 IST

ଭୁବନେଶ୍ବର ୧୦।୪: ଓଡିଶାକୁ ଆସୁଛି ୨ ଲକ୍ଷ ୫୦ ହଜାର କୋଭିସିଲ୍ଡ ଟିକା । କିଛି ସମୟ ମଧ୍ୟରେ ଭୁବନେଶ୍ବରରେ ପହଞ୍ଚିବ ବୋଲି ସୂଚନା ମିଳିଛି । ସବୁ ଜିଲ୍ଲାକୁ ଟିକା ବଣ୍ଟନ କରାଯିବ । ଟିକା ନେବା ପାଇଁ ଜିଲ୍ଲାରୁ ଟିକା ଗାଡି ଆସିସାରିଛି । ରବିବାର ଟିକା ଉତ୍ସବ ପାଳନ ହେବ । ସବୁ ଟିକା କେନ୍ଦ୍ରରେ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ମୋଟ୍ ୩୪୮୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୦୦୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୯୨୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ କରୋନା ଯୋଗୁଁ ୧୯୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୯୩୩୮୭୦୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.