ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଫେରାର ଚାଳକ, ପାଖରେ ପଡ଼ିଛି ବ୍ୟାଗ୍‌, ରହିଛି ଲକ୍ଷେରୁ ଅଧିକ ଟଙ୍କାର...

Published By : Prameya-News7 Bureau | December 06, 2021 IST

କଣ୍ଟାବାଞ୍ଜି, ୦୬।୧୨: ସିନ୍ଧେକେଲା ଥାନା ଅନ୍ତର୍ଗତ ଚାନ୍ଦୋତରା ମୁଖ୍ୟଛକରୁ ଭୁର୍ଷାଗୁଡା ଯିବା ରାସ୍ତାର ପ୍ରାୟ ୨୦୦ ମିଟର ଦୂରରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ବାଇକ ଚାଳକ ମୋଟର ସାଇକେଲ ଓ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଛାଡିଦେଇ ଫେରାର ମାରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଏକ ଧଳା ପଲସର ବାଇକ ଯୋଗେ ଦୁଇଜଣ ଯୁବକ ଦ୍ରୁତ ଗତିରେ ଭୂର୍ଷାଗୁଡା ଦେଇ ଚାନ୍ଦୋତରା ପଟକୁ ଆସୁଥିଲେ ।

ଚାନ୍ଦୋତରା ଛକରୁ ପ୍ରାୟ ୨୦୦ ମିଟର ସରକାରୀ ମଦଭାଟି ସମ୍ମୁଖରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଦୁର୍ଘଟଣା ହେବା ପରେ ମୋଟର ସାଇକେଲ ସହିତ ସାଙ୍ଗରେ ଧରିଥିବା ୩ଟି ଗଞ୍ଜେଇ ଭର୍ତ୍ତି ବ୍ୟାଗରେ ପ୍ରାୟ ୩୦ କେଜି ଗଞ୍ଜେଇ ଏବଂ ମୋବାଇଲ ଛାଡି ଦୁଇଜଣ ବାଇକ ଆରୋହୀ ଫେରାର ମାରିଥିଲେ । ପ୍ରାୟ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଛାଡି ଦେଇଥିଲେ । ସ୍ଥାନୀୟ ଲୋକ ଗଞ୍ଜେଇ ଭର୍ତ୍ତି ଥିବା ବ୍ୟାଗକୁ ଦେଖି ସିନ୍ଧେକେଲା ପୋଲିସକୁ ଖବର ଦେଇଥିଲେ ।

ସୂଚନା ପାଇ ପୋଲିସ  ଘଟଣା ସ୍ଥଳ କୁ ପହଞ୍ଚି ବାଇକ ଏବଂ ଗଞ୍ଜେଇ ଭର୍ତି ୩ ଟି ବ୍ୟାଗ କୁ ପୋଲିସ ଜବତ କରିଛି ।ଫେରାର ମାରିଥିବା ଗଞ୍ଜେଇ ମାଫିଆ ଙ୍କ ଖବର ମିଳିପାରିନଥିବା ବେଳେ ପୋଲିସ ତନାଘନା ଆରମ୍ଭ କରିଛି । ଛତିଶଗଡ଼ ଅଞ୍ଚଳରୁ କଳାହାଣ୍ଡି ଜିଲା ଦେଇ ବଲାଙ୍ଗୀର ତଥା ଅନ୍ୟ ଅଞ୍ଚଳ କୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ପେଟ୍ରୋଲିଂ କଡାକଡି କରି ବେଆଇନ ଗଞ୍ଜେଇ ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.