Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ବର୍ଜ୍ୟବସ୍ତୁରୁ ଉତ୍ପାଦନ ହେବ ଗ୍ୟାସ୍, ସରକାର ଖର୍ଚ୍ଚ କରିବେ ୨ ଲକ୍ଷ କୋଟି ଟଙ୍କା, କୃଷକଙ୍କୁ ମିଳିବ ଫାଇଦା

23/11/2020 at 9:30 PM

ନୂଆଦିଲ୍ଲୀ ୨୩।୧୧: ଦେଶରେ ଏବେ ଶସ୍ତା ଏବଂ ସ୍ଵଚ୍ଛ ଗ୍ୟାସ୍ ଯୋଗାଇବା ପାଇଁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏକ ଖାସ୍‌ ଅଭିଯାନ ଉପରେ କାମ କରୁଛି। ଏହାରି ଆଧାରରେ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମଗ୍ର ଦେଶରେ ୫୦୦୦ କମ୍ପୋଷ୍ଟ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଏହି ପ୍ଲାଣ୍ଟରେ ୨୦୨୩-୨୪ ସୁଦ୍ଧା ଫସଲର ବର୍ଜ୍ୟବସ୍ତୁରୁ ଇନ୍ଧନ ପ୍ରସ୍ତୁତ କରାଯିବ। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଷୟରେ ସୂଚନା ଦେଇଛନ୍ତି। ଦେଶରେ ଶସ୍ତାରେ ଏବଂ ସ୍ଵଚ୍ଛ ପରିବହନ ଇନ୍ଧନ ପାଇଁ ଅଡାନୀ ଗ୍ୟାସ୍ ଓ ଟୋରେଣ୍ଟ ଗ୍ୟାସ୍‌ ମଧ୍ୟରେ ରାଜିନାମା ହୋଇଛି। ଏହି କମ୍ପାନୀ ଦେଶରେ ୯୦୦ କମ୍ପୋଷ୍ଟ ବାୟୋ ଗ୍ୟାସ୍‌ ପ୍ଲାଣ୍ଟ ସ୍ଥାପନ କରିବେ।

କେନ୍ଦ୍ର ସରକାରଙ୍କ SATAT ଅଭିଯାନ ପ୍ରଚେଷ୍ଟାରେ ୨୦୨୩-୨୪ ସୁଦ୍ଧା ସାରା ଦେଶରେ ୫୦୦୦ ସିବିଜି ପ୍ଲାଣ୍ଟ ସ୍ଥାପନ ହେବ। ଏହାରି ଜରିଆରେ ମୋଟ୍ ୧୫ ମିଲିୟନ ଟନ ଇନ୍ଧନ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣେ ଅଧିକାରୀ କହିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, SATAT ପାଇଁ ଆମେ ଏକ ସ୍ପଷ୍ଟ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛୁ। ୬୦୦ ସିବିଜି ପ୍ଲାଣ୍ଟ ପାଇଁ ଲେଟର ଅଫ ଇଣ୍ଟେଟ୍‌ ପୂର୍ବରୁ ଜାରି ହୋଇ ସାରିଛି। ଏଥିସହ ୯୦୦ ଗ୍ୟାସ୍ ପ୍ଲାଣ୍ଟ ପାଇଁ ସହମତି ପତ୍ରରେ ସ୍ଵାକ୍ଷର ହୋଇ ସାରିଛି। ବର୍ତ୍ତମାନ ମୋଟ୍ ୧୫୦୦ ସିବିଜି ପ୍ଲାଣ୍ଟ ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏବେ ୯୦୦ ସିବିଜି ପ୍ଲାଣ୍ଟରେ ମୋଟ୍ ୩୦,୦୦୦ କୋଟି ଟଙ୍କାର ନିବେଶ ପାଇଁ ପ୍ରସ୍ତୁତି ଚାଲିଛି। ମୋଟ୍ ୫୦୦୦ ସିବିଜି ପ୍ଲାଣ୍ଟ ଉପରେ ମୋଟ୍ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଏହି ସିବିଜି ପ୍ଲାଣ୍ଟରେ ପ୍ରସ୍ତୁତ ଗ୍ୟାସ୍‌ର ଉପଯୋଗ ଅଟୋମୋବାଇଲରେ ଇନ୍ଧନ ରୂପେ ବ୍ୟବହାର କରାଯିବ। ବାୟୋ ଇନ୍ଧନ ଫଳରେ ଦେଶରେ ଇନ୍ଧନ ଆମଦାନୀ ବିଲ୍‌କୁ ୧ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ କମ କରି ଦେବ। SATAT ପ୍ରୟାସ ଜରିଆରେ ନଗରପାଳିକା ସହିତ ଜଙ୍ଗଲ ଓ କୃଷି କ୍ଷେତ୍ରରୁ ନିର୍ଗତ ବର୍ଜ୍ୟବସ୍ତୁ ସାହାଯ୍ୟରେ ଗ୍ୟାସ୍ ଉତ୍ପାଦନ କରାଯିବ।

   Related Posts