Thursday, November 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ବ୍ରାହ୍ମଣ ଯୁବକ ଘରୁ ପଳାଇ ନିଜ ଭଉଣୀଙ୍କୁ କଲେ ବିବାହ : କେବଳ ସମ୍ପର୍କ ନୁହେଁ ଧର୍ମ ବି ହେଲା ଲଜ୍ଜିତ

ନୂଆଦିଲ୍ଲୀ ୧୧/୮: ପ୍ରେମ ଅନ୍ଧ ହୋଇଥାଏ ଏହା ତ ଆପଣ ଶୁଣିଥିବେ । କିନ୍ତୁ ଏତେ ବି ଅନ୍ଧ ହେବା ଅନୁଚିତ୍ ଯେ ନିଜ ଭଉଣୀ ବି ପ୍ରେମିକା କିମ୍ବା ପତ୍ନୀ ଦେଖାଯିବ। ଆଜି ଆମେ ଏପରି ଏକ ଘଟଣା ବିଷୟରେ ଆପଣଙ୍କୁ କହିବୁ ଯାହା କେବଳ ଏକ ଖବର ନୁହେଁ ବରଂ ସାମାଜିକ ବିପଦ ମଧ୍ୟ । ସୋଶିଆଲ ମିଡିଆରେ ଏହାକୁ ନେଇ ଜୋରଦାର ବିତର୍କ ଚାଲିଛି।
ଏହି ଘଟଣା ଦିଲ୍ଲୀର ଭଜନପୁରା ଅଞ୍ଚଳର। ଏଠାରେ ଜଣେ ଯୁବକ ନିଜ ଭଉଣୀ ସହ ଘରୁ ଫେରାର ହୋଇ ପରସ୍ପରକୁ ବିବାହ କରିଛନ୍ତି। ଉଭୟେ ଜଣେ ମାଆଙ୍କ କୋଳରୁ ଜନ୍ମ ହୋଇଥିବା ଭାଇ ଓ ଭଉଣୀ। ଏହି ଘଟଣାରୁ କେବଳ ଜାତି ନୁହେଁ ବରଂ ପୂରା ଧର୍ମ ଲଜ୍ଜିତ ହୋଇଛି।
ଏ ଦୁଇ ଭାଇ ଏବଂ ଭଉଣୀଙ୍କ ନାଁ ହେଉଛି- ପୁଲକିତ ମିଶ୍ରା ଏବଂ ରାଗିଣୀ ମିଶ୍ରା । ସୂଚନା ଅନୁଯାୟୀ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। କିନ୍ତୁ ଘର ଲୋକେ ଏ ବିଷୟରେ ଜାଣି ପାରିନଥିଲେ। ଗତ ସୋମବାର ଭାଇ ଭଉଣୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଘର ଲୋକେ ଦେଖିଦେଇଥିଲେ । ଫଳରେ ଗତ ମଙ୍ଗଳବାର ଦିନ ସେମାନେ ଘରୁ ଫେରାର ହୋଇ ବିବାହ କରିଥିଲେ।

9101 Views

   ସମ୍ବନ୍ଧିତ ଖବର