ଦେବଗଡ କଣ୍ଢଳ ଗ୍ରାମ ନିକଟରେ ସଡକ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ୨ ମୃତ
14/12/2019 at 10:44 PM

ଦେବଗଢ ୧୪।୧୨: ଦେବଗଡଥାନା ଅନ୍ତର୍ଗତ 49 ନମ୍ବର ଜାତୀୟ ରାଜପଥର କଣ୍ଢଳ ଗ୍ରାମ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ କଣ୍ଢଳ ଗ୍ରାମର ରମାକାନ୍ତ ସାହୁ ଓ କନ୍ଦର୍ପ ସାହୁ ।
ରମାକାନ୍ତ ଏକ ବାଇକ୍ ଯୋଗେ ରାସ୍ତାରେ ଯାଉଥିଲେ। ସେହିପରି କନ୍ଦର୍ପ ରାସ୍ତା ରେ ଚାଲି ଚାଲି ଯାଉଥିଲେ। କୌଣସି ଏକ ଗାଡି ଉଭୟଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ସ୍ଥାନୀୟ ଲୋକେ ସେମାନଙ୍କୁ ରାସ୍ତାକଡରେ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ବେଳେ ଉଭୟଙ୍କୁ ଉଦ୍ଧାର କରି ଦେବଗଡ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଛି। ଦେବଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।
Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021