ବାଇକ୍ ଆରୋହୀ ୨ ଯୁବକଙ୍କଠାରୁ ବନ୍ଧୁକ ଜବତ: କାଦୁଅ ରାସ୍ତାରେ ଗୋଡ଼େଇ ମାଡି ବସିଲା ପୋଲିସ୍
6/08/2020 at 7:05 PM

ଜଗତସିଂହପୁର୬/୮: କରୋନା କଟକଣାରେ ବାଇକ୍ରେ ବୁଲୁଛନ୍ତି ବନ୍ଧୁକଧାରୀ। ଜଗତସିଂହପୁର ଜିଲ୍ଲା କଟକ-ପାରାଦୀପ ରାସ୍ତାର ତାରପୁର ଛକ ନିକଟରେ୨ ଜଣ ଯୁବକ ବନ୍ଧୁକ ଧରି ବୁଲୁଥିଲେ। ସେହି ସମୟରେ ଏହି ଦୁଇଜଣ ପୋଲିସ୍ ସାମ୍ନାରେ ପଡି ଯାଇଥିଲେ। ପୋଲିସ୍କୁ ଦେଖିବା ପରେ ସେମାନଙ୍କ ମଧ୍ୟରୁ ଜଣେ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ପୋଲିସ୍ ଗୋଡ଼େଇ ଗୋଡ଼େଇ ତାକୁ କାବୁ କରିଥିଲା। ଅନ୍ୟ ଜଣଙ୍କ ଚୁପଚାପ ପୋଲିସ୍ ଧରା ଦେଇଥିଲା। ସେମାନଙ୍କୁ ଯାଞ୍ଚ କରିବା ବେଳେ ପୋଲିସ ଏକ ବନ୍ଧୁକ ପୋଲିସ୍ ଜବତ କରିଥିଲା।
ନିକଟରେ ରଘୁନାଥପୁର ପୋଲିସ ପାଟ୍ରୋଲିଂ ସମୟରେ ସନ୍ଦେହଜନକ ଭାବରେ ବାଇକ୍ରୁ ଖସି ପଳାଉ ଥିବା ଦୁଇ ଯୁବକଙ୍କୁ ପୋଲିସ କାବୁ କରିବା ସହ ସେମାନଙ୍କ ଠାରୁ ଏକ ବନ୍ଧୁକ ଜବତ କରିଛି । ସେମାନଙ୍କ ବାଇକକୁ ମଧ୍ୟ ଜବତ କରାଯାଇଛି । ଅଟକ ଯୁବକ ଦୁଇଜଣ ବିଲୋହାଟ ଅଞ୍ଚଳର ଚିତ୍ତ ରଂଜନ ସାହୁ ଓ ହିମାଂଶୁ ବେହେରା । ଏମାନଙ୍କ ପାଖରୁ ଜବତ ହୋଇଥିବା ବନ୍ଧୁକ ଲାଇସେନ୍ସ ପ୍ରାପ୍ତ ବୋଲି କହୁଥିବା ବେଳେ ପୋଲିସ ଏମାନଙ୍କୁ ଥାନାକୁ ନେଇ ତଦନ୍ତ ଚଳାଇଛି।