ସେଲଫି ନେଉ ନେଉ ସେପୁରକୁ ଚାଲିଗଲେ: ନୃସିଂହନାଥରେ ଝରଣାକୁ ଖସିପଡିଲେ ୨ ଯୁବକ, ଜଣଙ୍କ ମୃତଦେହ ଉଦ୍ଧାର-ଅନ୍ୟ ଜଣେ ନିଖୋଜ

Published By : Prameya-News7 Bureau | August 20, 2020 IST

ପଦ୍ମପୁର୨୦/୮: ସେଲଫି ହେଲା କାଳ, ଚାଲିଗଲା ଜୀବନ। ପଦ୍ମପୁର ଉପାଖଣ୍ଡ ପାଇକମାଲ ଥାନା ନୃସିଂହନାଥଠାରେ ଏଭଳି ଦୁଃଖ ଘଟଣା ଘଟିଛି। ପାଇକମାଳ ଥାନା ନୃସିଂହନାଥ କପିଳଧାର ଝରଣାରେ ସେଲ୍‌ଫି ନେବା ବେଳେ ୨ ଜଣ ଛାତ୍ର ଝରଣା ଭିତରକୁ ଖସିପଡିଥିଲେ। ତେବେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟଜଣଙ୍କର ପତ୍ତା ମିଳି ନାହିଁ।   ମିଳିଥିବା ସୂଚନା ଅନୁସାରେ ପାଇକମାଳ ଥାନା ଝିଟିକା ଗ୍ରାମର ୩ ଜଣ କଲେଜ ଛାତ୍ର ମଧ୍ୟାହ୍ନରେ ନୃସିଂହନାଥ କପିଳଧାରକୁ ଯାଇଥିଲେ। କପିଳଧାର ଝରଣା ଉପରେ ଠିଆ ହୋଇ ସେଲଫି ନେବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଛାତ୍ର ତଳକୁ ଖସି ପଡିଥିଲେ। ସେମାନଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇ  ତୃତୀୟ ଛାତ୍ର ଜଣଙ୍କ ସଙ୍ଗେ ସଙ୍ଗେ ପାଇକମାଳ ଥାନାରେ ଖବର ଦେଇଥିଲେ। ପାଇକମାଳ ଥାନା ଡିଏସ୍‌ପି ଦିନେଶ ନାୟକ, ଆଇଆଇସି ବିଶ୍ବଜିତ ମନବୋଧ, ପାଇକମାଳ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ନିଖୋଜ ଛାତ୍ର ଦୁହିଁଙ୍କୁ ଖୋଜାଖୋଜି କରିଥିଲେ। ତେବେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ପାଇକମାଲ ଥାନା ଅନ୍ତର୍ଗତ ଝିଟିକି ଗ୍ରାମ ବିଜୟ ମହାକୁଡ, ତାଙ୍କ ବୟସ ୧୮ ବର୍ଷ । ତେବେ ଅନ୍ୟ ଜଣେ ଛାତ୍ର ୧୮ ବର୍ଷୀୟ କ୍ଷୀରୋଦ ସୁନାଙ୍କ ପତ୍ତା ମିଳି ନାହିଁ। ତାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଥିବା ପାଇକମାଲ ଥାନା ଅଧିକାରୀ ବିଶ୍ବଜିତ ମନୋବଧ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.