ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ : ଦୁଇ ଯବାନ ସହିଦ

Published By : Prameya-News7 Bureau | October 04, 2019 IST

ରାଞ୍ଚି ୪।୧୦: ଝାଡ଼ଖଣ୍ଡର ରାଞ୍ଚି ଅନ୍ତର୍ଗତ ଦଶମ ପ୍ରପାତରେ ପୋଲିସ ଓ ମାଓବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ । ଏଥିରେ ଝାଡ଼ଖଣ୍ଡ ଜାଗୁଆରର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ରାଞ୍ଚି ଉପଖଣ୍ଡ ବୁନ୍ଦୁ ଓ ନାମକୁମ ମଧ୍ୟସ୍ଥ ଦଶମ ପ୍ରପାତ ନିକଟରେ ‘ସିପିଆଇ’ ମାଓ ସଂଗଠନର କେତେକ ସଦସ୍ୟ ଉପସ୍ଥିତ ଥିବା ସୂଚନା ମିଳିଥିଲା।

ଖବର ପାଇ ଆଜି ଭୋରରୁ ନିରାପତ୍ତା ବଳ ସର୍ଚ୍ଚ ଅପରେସନ କରିଥିଲେ । ଘଟଣାସ୍ଥଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ନକ୍ସଲଙ୍କ ଗୁଳିରେ ଦୁଇ ଜଣ ଯବାନଙ୍କ ଗୁରୁତର ହୋଇଥିଲେ । ଉଭୟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଯବାନଙ୍କ ମୃତ୍ୟୁ ଯୋଗୁଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଶୋକବ୍ୟକ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.