Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ନୂଆବର୍ଷରେ ଜାମ୍ମୁ କାଶ୍ମୀରରୁ ଆସିଲା ଦୁଃଖଦ ଖବର…୨ ଭାରତୀୟ ଯବାନ ସହିଦ

1/01/2020 at 10:28 PM

ଶ୍ରୀନଗର୧/୧: ନୂଆବର୍ଷରେ ଜମ୍ମୁ କାଶ୍ମୀରରୁ ଆସିଲା ଦୁଃଖଦ ଖବର । ୨୦୨୦କୁ ସ୍ୱାଗତ କରିବା ପାଇଁ ସମଗ୍ର ଦେଶ ଉତ୍ସବ ମୁଖର ହୋଇପଡିଥିବା ବେଳେ, ଜମ୍ମୁ କାଶ୍ମୀରରୁ ଆସିଛି ଏକ ଦୁଃଖଦ ଖବର । ଜମ୍ମୁ କାଶ୍ମୀରର ରାଜୌରି ଜିଲ୍ଲା ନୌସେରା ସେକ୍ଟରରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ୨ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଆକ୍ରମଣ ପରେ ନିରାପତ୍ତା ବଳ ସମଗ୍ର ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ୍ କରୁଛନ୍ତି ।

ସେହି ଅଞ୍ଚଳରେ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡିଛି । କିଛି ଦିନ ହେବ ଜମ୍ମୁ କାଶ୍ମୀର ଅଞ୍ଚଳରେ ପ୍ରବଳ ଶୀତ ଲାଗି ରହିଥିବାରୁ, ସେହି ମୌକାରେ ପାକିସ୍ତାନ ପଟରୁ କିଛି ଆତଙ୍କବାଦୀ LOC ଅତିକ୍ରମ କରି ଭାରତ ମଧ୍ୟକୁ ପ୍ରବେଶ କରିଥିବା ଜଣାପଡିଛି ।

ଗତକାଲି ସ୍ଥାନୀୟ ଅଞ୍ଚଳରେ କିଛି ସନ୍ଦେହଜନକ ଗତିବିଧି ହେଉଥିବା ନେଇ ସ୍ଥାନୀୟ ଅଧିବାସୀ ସେନାକୁ ସୂଚନା ଦେଇଥିଲେ । ସେନା ପକ୍ଷରୁ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ତଲାଶୀ ଅଭିଯାନ ଆରମ୍ଭ ହେବା ପରେ ହଠାତ ଆତଙ୍କବାଦୀଙ୍କ ପକ୍ଷରୁ ଅତର୍କିତ ଗୁଳିମାଡ କରାଯାଇଥିଲା । ଏହି ଗୁଳିମାଡରେ ଭାରତୀୟ ସେନାର ୨ ଯବାନ ସହିଦ ହୋଇଥିବା ଜଣାପଡିଛି ।

   Related Posts