ପାକିସ୍ତାନ ସେନାର ପୁଣି ଅସ୍ତ୍ରବିରତି ଉଲଂଘନ ; ୨ଯବାନ ସହିଦ, ୨ଯବାନ ଆହତ

Published By : Prameya-News7 Bureau | January 10, 2020 IST

ଶ୍ରୀନଗର ୧୦।୦୧: Locରେ ପାକିସ୍ତାନ ପୁଣି ନାପାକ ହରକତ । ଜାମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲା ଗୁଳପୁର ସେକ୍ଟରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି । ପାକିସ୍ତାନୀ ସେନାର ଆକ୍ରମଣରେ ଦୁଇ ଭାରତୀୟ ଯବାନ ସହିଦ ହେବା ସହ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ନିକଟସ୍ଥ ସେନା ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ପାକିସ୍ତାନ ପୁଞ୍ଚ ସେକ୍ଟରରେ ଭାରିମାତ୍ରାରେ ଗୁଳିମାଡ କରିଛି । ଭାରତୀୟ ସୀମାରେ ମୋଟାର ମଧ୍ୟ ମାଡ କରିଛି ପାକିସ୍ତାନ । ଭାରତୀୟ ସେନା ସ୍ଥାନୀୟ କ୍ୟାମ୍ପ ନିକଟରେ କିଛି କାମ କରୁଥିବା ସମୟରେ ପାକିସ୍ତାନୀ ସେନା ଅସ୍ତ୍ରବିରତ ଉଲ୍ଲଂଘନ କରିଥିଲା । ଯାହାଫଳରେ ଭାରତର ଦୁଇ ଯବାନ ସହିଦ ଓ ଦୁଇ ଯବାନ ଆହତ ହୋଇଛନ୍ତି । ତେବେ ପାକିସ୍ତାନ ଆକ୍ରମଣର ଦୃଢ ଜବାବ ଦେଇଛି ଭାରତୀୟ ସେନା । ଭାରତର ଆକ୍ରମଣରେ ପାକିସ୍ତାନୀ ସେନାର କିଛି ପୋଷ୍ଟ ନଷ୍ଟ ହୋଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.