ଗତକାଲିର ଦୁର୍ଘଟଣା: ୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

Published By : Prameya-News7 Bureau | January 08, 2021 IST

ସୋର୮/୧: ଗତକାଲି ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଟ୍ରକ ପଛପଟୁ ଧକ୍କା ଦେଇଥିଲା ଆଉ ଏକ ଟ୍ରକ। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି।

ସୂଚନାଯୋଗ୍ୟ ଯେ ଗତକାଲି ସନ୍ଧ୍ୟାରେ ବାଗୁଡି- ସୋର ରସ୍ତା ମାଣତ୍ରୀ ଛକ ନିକଟରେ ରାସ୍ତା କଡରେ ଏକ ଟ୍ରକ ଠିଆ ହୋଇ ଟାୟାର ମରାମତି କରୁଥିବା ସମୟରେ ପଛରୁ ଆସୁଥିବା ଏକ ଦୃତଗାମୀ ଟ୍ରକ ଧକ୍କା ଦେଇଥିଲା। ଫଳରେ ଟାୟାର ମରାମତି କରୁଥିବା ଟ୍ରକଟି ୧୫ ଫୁଟ ତଳକୁ ନୟନଯୋରିକୁ ଓଲଟି ପଡିଥିଲା। ଫଳରେ ଟ୍ରକର ହେଲପର୍ ଗୁଣ୍ଡୁ ସିଂ ଟ୍ରକ ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ସୋର ପୋଲିସ ଚେନପୁଲି ସାହାର୍ଯ୍ୟରେ ଟ୍ରକ ତଳୁ ଗୁଣ୍ଡୁ ସିଂଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ସେହିପରି ପଛରୁ ଧକ୍କା ଦେ​‌ଇଥିବା ଟ୍ରକର ଡ୍ରାଇଭର ତିଳଦା ଅଞ୍ଚଳର ବସନ୍ତ ମହାନ୍ତିଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସୋର ଡାକ୍ତରଖାନା ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କାଟାପନ୍ନ ହେବାରୁ ବାଲେଶ୍ବର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.