ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କୀ ହମଲା : ୨ଯବାନ ଶହୀଦ

Published By : Prameya-News7 Bureau | November 26, 2020 IST

ଶ୍ରୀନଗର ୨୬/୧୧: କାଶ୍ମୀରର ଶ୍ରୀନଗର ଜିଲ୍ଲାର ଏଚଏମଟି ଅଞ୍ଚଳରେ ଗୁରୁବାର ଦ୍ବିପ୍ରହରରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨ ଯବାନ ଶହୀଦ ହୋଇଛନ୍ତି। ଏହା ପୂର୍ବରୁ କୁହାଯାଉଥିଲା ଯେ ୨ଯବାନ ଆହତ ହୋଇଛନ୍ତି।

ପୋଲିସ୍ ଅଧିକାରୀଙ୍କ କହିବା ଅନୁସାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ ଏବଂ ସେଠାରୁ ଫେରାର ହୋଇଯାଇଥିଲେ। ବର୍ତ୍ତମାନ ପୂରା ଅଞ୍ଚଳକୁ ଘେରାଉ କରି ଦିଆଯାଇଛି ଏବଂ ଆତଙ୍କବାଦୀଙ୍କ ସନ୍ଧାନରେ ସର୍ଚ୍ଚ ଅପରେସନ କରାଯାଉଛି।

କାଶ୍ମୀରର ଆଇଜି କହିଛନ୍ତି ଯେ ୩ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ। ସୂଚନା ମିଳିଛି ଯେ ଏହି ୩ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୨ଜଣ ପାକିସ୍ତାନୀ ଏବଂ ଜଣେ ସ୍ଥାନୀୟ। ଏମାନେ ଗୁଳି କରିବା ପରେ ଗୋଟିଏ କାର୍‌ରେ ବସି ଫେରାର ହୋଇଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.