ଗଭୀର ଟାଙ୍କିରେ ଗଳିପଡ଼ିଲେ ଦୁଇ ନିରୀହ ଶିଶୁ, ବଞ୍ଚାଇବା ପାଇଁ ଡେଇଁ ପଡ଼ିଲା ମାଆ: ତା ପରେ…

Published By : Prameya-News7 Bureau | March 06, 2021 IST

wp:heading {"level":5}
ବିକାନେର୍‌, ୦୬/୦୩: ରାଜସ୍ଥାନର ବିକାନେର୍‌ରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ନୋଖା ଅଞ୍ଚଳରେ ନୂଆକରି ତୋଳା ଯାଉଥିବା ଏକ ଘରେ ପ୍ରସ୍ତୁତ ହୋଇଥିବା ଏକ ପାଣି ଟାଙ୍କିରେ ଦୁଇଟି ଶିଶୁ ପଡ଼ିଯାଇଥିଲେ । ସେମାନଙ୍କ ମାଆ ଶିଶୁ ଦୁଇଟି ଟାଙ୍କିରେ ଗଳି ପଡ଼ିବାର ଦେଖିଥିଲେ । ଏହାପରେ ସେ ସେମାନଙ୍କୁ ବଞ୍ଚାଇବା ପାଇଁ ନିଜେ ଟାଙ୍କି ଭିତରକୁ ପଶି ଯାଇଥିଲେ ।
/wp:heading wp:heading {"level":5}
ଟାଙ୍କିର ଘୋଡ଼ଣି ବହୁତ ଛୋଟ ହୋଇଥିବା ବେଳେ ଏହା ବହୁତ ଗଭୀର ଥିଲା । ଯେଉଁ କାରଣରୁ ମାଆ ସେମାନଙ୍କୁ ବଞ୍ଚାଇ ପାରିଲା ନାହିଁ । ଏହାପରେ ମାଆର ଚିତ୍କାର ଶୁଣି ଆଖପାଖର ଲୋକ ମଧ୍ୟ ଏକାଠି ହୋଇଯାଇଥିଲେ ଏବଂ ମହିଳାଙ୍କୁ ବଞ୍ଚାଇ ବାହାରକୁ ନେଇ ଆସିଥିଲେ ।
/wp:heading wp:heading {"level":5}
ପରେ ସ୍ଥାନୀୟ ଲୋକେ ଟାଙ୍କି ଭିତରେ ପଶି ଶିଶୁ ଦୁଇଟିକୁ ବାହାରକୁ ନେଇ ଆସିଥିଲେ । ହେଲେ ସେ ପର୍ଯ୍ୟନ୍ତ ଶିଶୁ ଦୁଇଟି ଜୀବିତ ରହିପାରିନଥିଲେ । ସେମାନଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ମହିଳା ଜଣକ ଏଥିରେ ଗଭୀର ଆହାତ ହୋଇଥିଲା ବେଳେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତୀ କରାଯାଇ ତାଙ୍କର ଚିକିତ୍ସା କରାଯାଉଥିବା ଜଣାପଡ଼ିଛି ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.