ସମ୍ପତ୍ତି ଭାଗବଣ୍ଟାକୁ ନେଇ ଭାଇ-ଭାଇ ଗଣ୍ଡଗୋଳ, ମା ଓ ପୁଅଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | July 29, 2021 IST

ଭଦ୍ରକ, ୨୯।୦୭ : ଜମି ବାଡ଼ି ଘଟଣାକୁ କେନ୍ଦ୍ର କରି ଗୋଟିଏ ପରିବାରର ମା-ପୁଅଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣୀତିଆ ଗ୍ରାମରେ ଦେଖିବାକୁ ମିଳିଛି ।

ଉକ୍ତ ଗ୍ରାମର ଲଷ୍ମୀଧର ମହାନ୍ତିଙ୍କ ସହିତ ତାଙ୍କ ଭାଇମାନଙ୍କ ମଧ୍ୟରେ ଜମିବାଡ଼ି ଭାଗ ବଣ୍ଟାକୁ ନେଇ ପୂର୍ବରୁ ଶତ୍ରୁତା ଥିଲା । ଏହି ପୂର୍ବ ଶତ୍ରୁତାକୁ ନେଇ ଲକ୍ଷ୍ମୀଧରଙ୍କ ଭାଇମାନେ ତାଙ୍କ ପୁଅ ଓ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଫଳରେ ସେମାନେ ଗୁରୁତର ହୋଇଥିବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ଏହି ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପାଖରେ ଅଭିଯୋଗ ପରେ ବି ପୋଲିସ ଆସାମୀ ମାନଙ୍କୁ ଧରି ନ ଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ଅପର ପକ୍ଷ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.