ସ୍କୁଟି-ଟ୍ରକ୍ ଧକ୍କା : ୨ସ୍କୁଟି ଆରୋହୀ ଗୁରୁତର

Published By : Prameya-News7 Bureau | January 22, 2020 IST

କଟକ ୨୨/୧: ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ଅସୁରେଶ଼୍ବର ଛକ ଠାରେ ଟ୍ରକ ଧକ୍କାରେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସ୍କୁଟିରେ ଦୁଇ ଭାଇ ଯାଉଥିବାବେଳେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ସ୍କୁଟିଟି ସଂପୂର୍ଣ୍ଣ ଭାଙ୍ଗି ଯିବା ସହ ଦୁଇ ଭାଇ ଗୁରୁତର ଅବସ୍ଥାରେ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।

{"id":214519,"sizeSlug":"large"}

ଆହତ ଦୁଇଜଣଙ୍କ ଘର କଟିକଟା ପଞ୍ଚାୟତ ବ୍ରଜରାଜ ପାଟଣାର ଅଂଶୁମାନ ସାହୁ ଓ ଅମ୍ରିତ ସାହୁ ବୋଲି ଜଣାପଡିଛି। ଆମ୍ବୁଲାନ୍ସ ନମିଳିବାରୁ ପ୍ରାଇଭେଟ ଗାଡିରେ ଦୁଇ ଗୁରୁତର ଗଲେ କଟକ । ନିଶ୍ଚିତକୋଇଲି ପ୍ରାଥମିକ ଚିକିତ୍ସା କେନ୍ଦ୍ର ପୂର୍ବରୁ ଥିବାବେଳେ ଏବେ ଏହାକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ମିଳିଥିଲେ ମଧ୍ୟ ଡାକ୍ତରଖାନାରେ ଆମ୍ବୁଲାନ୍ସ ନଥିବାରୁ ଗୁରୁତର ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।

{"id":214520,"sizeSlug":"large"}

 ଏହି ଅସୁରେଶ୍ବର ଛକ ଠାରେ ପୋଲିସ ପ୍ରଶାସନର ସୁରକ୍ଷା ଅବହେଳାରୁ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କାରଣ କଟକ-ଚାନ୍ଦବାଲି ରାସ୍ତାକୁ ସଂଯୋଗ କରୁଥିବା କଟିକଟା-ଜଇପୁର ରାସ୍ତାର ସଂଯୋଗ ସ୍ଥଳରେ ବସ୍,ଅଟୋ ସବୁବେଳେ ଛିଡ଼ା ହେବାରୁ ଏହି ଦୁର୍ଘଟଣା ମାନ ଘଟୁଛି। ଯଦି ତୁରନ୍ତ ଏହି ଛକକୁ ଗାଡ଼ି ମଟର ଜାମ୍ ମୁକ୍ତ ନ କରାଯାଏ ତେବେ ସ୍ଥାନୀୟ କଟିକଟା ବଜାର କମିଟି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.