ଜଗତସିଂହପୁରରେ ପୁଣି ରାଜନୈତିକ ହିଂସା, ସଂଘବଦ୍ଧ ଆକ୍ରମଣରେ ଦୁଇ ଗୁରୁତର

Published By : Prameya-News7 Bureau | April 16, 2019 IST

ଜଗତସିଂହପୁର ୧୬|୪: ଜଗତସିଂହପୁରରେ ପୁଣି ରାଜନୈତିକ ହିଂସା । ଗତ ଦୁଇ ଦିନ ତଳେ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ମାଦେରା ହାଟ ଗାଁରେ ଦଳୀୟ ପତାକା ମରାକୁ କେନ୍ଦ୍ର କରି ଦୁଇ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହେବା ଘଟଣାର ଦୁଇ ଦିନ ନପୁରୁଣୁ ପୁଣି ଏହି ଥାନା କାଟେସିଂପୁର ଗାଁରେ ବିଜେପି ପତାକା ମରାକୁ କେନ୍ଦ୍ର କରି ଦୁଇ ଜଣ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

{"id":103881}

ଏହି ଗାଁର ବିନୋଦ ସାହୁ ଓ ପୀତବାସ ସାହୁ ଗାଁରେ ବିଜେପି ପତାକା ମାରୁଥିବା ବେଳେ ଗାଁର କିଛି କଂଗ୍ରେସ ସମର୍ଥକ ସେମାନଙ୍କୁ ଲୁହା ରଡ଼ ରେ ଆକ୍ରମଣ କରିଥିଲେ । ରକ୍ତାକ୍ତ ଅବସ୍ଥାରେ ଉଭୟଙ୍କୁ ଜଗତସିଂହପୁର  ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଚଳାଇ ଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ମାରପିଟ ହୋଇଥିବା ଜଗତସିଂହପୁର ଏସଡିପିଓ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.