ଗଞ୍ଜାମ ସାନବଜାରରେ ବୋମାମାଡ ; ବିଜେଡି ନେତା ଆହତ, ଗାଡିଚାଳକ ଗୁରୁତର

Published By : Prameya-News7 Bureau | August 22, 2019 IST

ବ୍ରହ୍ମପୁର ୨୨|୮: ଆଜି ସଂଧ୍ୟାରେ ଗଞାମ ସାନବଜାରରେ ବୋମା ମାଡ଼ ହୋଇଛି।ଏଥିରେ ବିଜେଡିନେତା ସୁଧୀର ପାଢୀ ଓ ତାଙ୍କ କାର ଚାଳକ ଗଣେଶ ବାରିକ୍ ଆହତ ହୋଇଛନ୍ତି । ଅତର୍କିତ ଭାବେ ଦୁର୍ବୃତ୍ତମାନେ ବାଇକରେ ପହଞ୍ଚି କାର ଉପରକୁ ବୋମା ମାଡ଼ କରିଥିବା ସୂଚନା ମିଳିଛି ।

{"id":147622,"width":587,"height":440}

ବୋମାମାଡରେ ଆହତ ହୋଇଥିବା ସୁଧୀର ପାଢୀ ପୂର୍ବତନ ସାଂସଦଙ୍କ ପ୍ରତିନିଧି ଥିଲେ । କାର୍ ଚାଳକ ଗଣେଶ ବାରିକ୍ ଗୁରୁତର ହୋଇଛନ୍ତି । ଗୁରୁତର ଗଣେଶକୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।

{"id":147623}

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ସୂଚନା ମିଳିଛି ।ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି କରୁଛି ତଦନ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.