ଡ୍ରାଇଭରର ମୋବାଇଲ ଦେଖା ପାଇଁ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ : ୨ଜଣ ଆହତ

Published By : Prameya-News7 Bureau | January 20, 2020 IST

ବୌଦ୍ଧ ୨୦/୧: ବୌଦ୍ଧ ଜିଲ୍ଲା ଚାରିଛକ ନିକଟରେ ଡ୍ରାଇଭରର ମୋବାଇଲ ଦେଖା ପାଇଁ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ। ଅଳ୍ପକେ ବର୍ତିଛନ୍ତି ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ। ଜଣେ ଗୁରୁତର ଜଣେ ଆହତ ହୋଇଛନ୍ତି।ଗୁରୁତର ହେଲେ ଡ୍ରାଇଭର ଅଜୟ ମହାନନ୍ଦିଆ। ଆହତ ବ୍ୟକ୍ତି ଜଣକ ହେଲେ ନରୋତ୍ତମ ବିଶ୍ବାଳ।

{"id":213759,"sizeSlug":"large"}

ମିଳିଥିବା ସୂଚନା ଅନୁସାରେ ଲକ୍ଷ୍ମଣପୁର ଗାଁର ନରୋତ୍ତମ ନିଜ ପୁଅକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ଡାକ୍ତରଖାନାକୁ ଆସୁଥିଲେ। ହେଲେ ଚଳନ୍ତା ଗାଡ଼ିରେ ଡ୍ରାଇଭର ମୋବାଇଲ ଦେଖିବାରେ ବ୍ୟସ୍ତ ଥିଲେ। ଯାହା ଫଳରେ ଏହି ଦୁର୍ଘଟଣା ଘଟିଛି ବୋଲି ନରୋତ୍ତମ ଅଭିଯୋଗ କରିଛନ୍ତି।

{"id":213760,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.