Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ନରେନ୍ଦ୍ର ମୋଦୀଙ୍କ ଲୋକ ପ୍ରିୟତାରେ କରୋନା ଲଗାଇ ପାରିନି କଳଙ୍କ, ୬୫.୬୯ % ଲୋକ ସନ୍ତୁଷ୍ଟ, ଦକ୍ଷିଣରେ କ୍ରେଜ୍ କମିଛି କିନ୍ତୁ ଓଡିଶାରେ ଭଲ ପାଆନ୍ତି ବେଶି

2/06/2020 at 3:13 PM

ନୂଆଦିଲ୍ଲୀ ୦୨।୦୬: ମୋଦୀ ସରକାର ୨.୦ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କରାଯାଇଥିବା ଏକ ସର୍ଭେରେ ପ୍ରାୟ ଦୁଇ ତୃତୀୟାଂଶ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ କାମରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଇଏନଏସ-ସି ଭୋଟର ‘ଷ୍ଟେଟ୍‌ ଅଫ ଦ ନେସନ ୨୦୨୦’ର ସର୍ଭେ ଅନୁଯାୟୀ ୬୫.୬୯ ପ୍ରତିଶତ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ସନ୍ତୁଷ୍ଟ ଅଛନ୍ତି। କରୋନା ମହାମାରୀ କାରଣରୁ ସମସ୍ତ ବିଶ୍ଵ ନେତୃତ୍ଵଙ୍କ ଲୋକପ୍ରିୟତାରେ ହ୍ରାସ ଘଟିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକ ପ୍ରିୟତାରେ କୌଣସି ଆଞ୍ଚ ଆସିନାହିଁ। ଦେଶରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମୋଦୀଙ୍କ କାର୍ଯ୍ୟରେ ୫୮.୩୬ ପ୍ରତିଶତ ଭାରତୀୟ ବହୁତ ସନ୍ତୁଷ୍ଟ ଥିବା କହିଛନ୍ତି।

ଅଣ ବିଜେପି ଶାସିତ ଓଡିଶାରେ ମୋଦୀ ସବୁଠୁ ଅଧିକ ଲୋକ ପ୍ରିୟ

ସର୍ଭେ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ୨୪.୦୧ ପ୍ରତିଶତ ଭାରତୀୟ କିଛି ମାତ୍ରାରେ ସନ୍ତୁଷ୍ଟ ଥିବା ବେଳେ ୧୬.୭୧ ପ୍ରତିଶତ ସଂପୂର୍ଣ୍ଣ ଖୁସି ବ୍ୟକ୍ତ କରିଛନ୍ତି। ଯଦି ରାଜ୍ୟ ଉପରେ ନଜର ପକାଇବା ତେବେ  ଅଣ ବିଜେପି ଶାସିତ ରାଜ୍ୟ ଓଡିଶାରେ ମୋଦୀଙ୍କ ଲୋକ ପ୍ରିୟତା ସବୁଠୁ ଅଧିକ ରହିଛି। ଓଡିଶାରେ ୯୫.୬ ପ୍ରତିଶତ ଲୋକ ମୋଦୀଙ୍କ ପ୍ରତି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୮୪.୮୭ ପ୍ରତିଶତ ବହୁତ ସନ୍ତୁଷ୍ଟ ଅଛନ୍ତି। ରାଜ୍ୟର କେବଳ ୨.୨ ପ୍ରତିଶତ ହିଁ ମୋଦୀଙ୍କ କାମରେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି।

ହିମାଚଳ ଓ ଛତିଶଗଡରେ ମଧ୍ୟ ୯୦ ପ୍ରତିଶତରୁ ଅଧିକ ସନ୍ତୁଷ୍ଟ

ସର୍ଭେ ଅନୁଯାୟୀ ଓଡିଶା ପରେ ହିମାଚଳ ପ୍ରଦେଶ, ଛତିଶଗଡ ଓ ଆନ୍ଧ୍ର ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକ ପ୍ରିୟତା ବହୁତ ଅଧିକ ରହିଛି। ହିମାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ଲୋକ ପ୍ରିୟତା ହାର ୯୩.୫ ପ୍ରତିଶତ, ଛତିଶଗଡରେ ୯୨.୭୩ ପ୍ରତିଶତ ଏବଂ ଆନ୍ଧ୍ର ପ୍ରଦେଶରେ ୮୩.୬ ପ୍ରତିଶତ ରହିଛି। ଖାସ୍ କଥା ଏହା ଯେ, ଓଡିଶା ପରି ଛତିଶଗଡ ଓ ଆନ୍ଧ୍ର ପ୍ରଦେଶ ମଧ୍ୟ ଅଣ  ବିଜେପି ଶାସିତ ରାଜ୍ୟ।

ଝାଡଖଣ୍ଡରେ ମଧ୍ୟ ଲୋକ ପ୍ରିୟ

ଝାରଖଣ୍ଡରେ ଗତ ବର୍ଷ ବିଜେପି କ୍ଷମତାରୁ ବେଦଖଲ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାରେ କୌଣସି ପ୍ରଭାବ ପଡିନାହିଁ। ସେଠାରେ ମୋଦୀଙ୍କୁ ୬୪.୨୬ ପ୍ରତିଶତ ଲୋକ ପସନ୍ଦ କରିଥିବା ବେଳେ ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକ ପ୍ରିୟତା ୮୨.୯୭ ପ୍ରତିଶତ ରହିଛି।

ମହାରାଷ୍ଟ୍ରରେ ୭୧.୮୪ ପ୍ରତିଶତ ସନ୍ତୁଷ୍ଟ

ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକ ଓ ମୋଦୀଙ୍କ ଗୃହ ରାଜ୍ୟ ଗୁଜରାଟରେ ତାଙ୍କର ଲୋକପ୍ରିୟତା ହେବା କିଛି ନୂଆଁ କଥା ନୁହେଁ। ମାତ୍ର ଶିବସେନା-କଂଗ୍ରେସ-ଏନସିପିର ମେଣ୍ଟ ଶାସିତ ମହାରାଷ୍ଟ୍ରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି। ମହାରାଷ୍ଟ୍ରରେ ୭୧.୪୮ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀଙ୍କ କାମରେ ସନ୍ତୁଷ୍ଟ ଅଛନ୍ତି।

   Related Posts