ଭଦ୍ରକ୩/୧୧: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୁଲଣା ଗ୍ରାମର ହରିଜନ ସାହିରେ ପୂଜା ମଣ୍ଡପକୁ ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା। ଏହି ପୂଜା ମଣ୍ଡପରେ ପୂଜା କରିବା ପାଇଁ କିଛି ଗ୍ରାମବାସୀ ଏହାକୁ ବିରୋଧ କରୁଥିଲେ। ଗ୍ରାମବାସୀମାନଙ୍କ ଭିତରେ ଏହି ପୂଜାକୁ ନେଇ ପୂର୍ବରୁ ମଧ୍ୟ ଝଗଡା ହୋଇଥିଲା। ଝଗଡାକୁ ନେଇ ଗୋଟିଏ ପକ୍ଷ ଭଣ୍ଡାରିପୋଖରୀ ଥାନାରେ ଜଣାଇଥିଲେ ।
ପରେ ଆଜି ଭଣ୍ଡାରିପୋଖରୀ ପୋଲିସ ସେହି ଗ୍ରାମରେ ପହଞ୍ଚି ବୁଝା ସୁଝା କରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ଫଳରେ ୨ ଘଣ୍ଟା ରୁ ଉର୍ଦ୍ଧ୍ୱ ସମୟ ଧରି ପୋଲିସକୁ ଅଟକ ରଖିଥିଲେ ଶତାଧିକ ଗ୍ରାମବାସୀ । ପରେ ଗ୍ରାମବାସୀମାନେ ନିଜ ନିଜ ଭିତରେ ବୁଝା ସୁଝା ହେବା ପରେ ପୋଲିସକୁ ଛାଡିଥିଲେ ।