Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଗାୟବ ଥିଲେ ୪ଜଣ : ଜଳନ୍ତା କାରରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ସନ୍ଦେହ ଘେରରେ ଆଉ ୨

8/02/2019 at 1:49 PM

ମଥୁରା ୮/୨ : ଉତ୍ତର ପ୍ରଦେଶ ମଥୁରାରେ ବରସାନା-ଛାତା ରୋଡରେ ଗୁରୁବାର ଦିନ ରାସ୍ତାକଡରେ ଏକ ଜଳି ଯାଇଥିବା କାର ଉଦ୍ଧାର ହୋଇଥିଲା | କାର ଭିତରୁ ଦୁଇଟି ଶବ ମଧ୍ୟ ଉଦ୍ଧାର ହୋଇଛି | ଦୁଇଟି ଶବ ଜଳି ପ୍ରାୟ କଙ୍କାଳ ହୋଇଯାଇଥିଲା | ପୋଲିସ ତଦନ୍ତରୁ ଜଣାପଡିଥିଲା ଯେ, କାର ହରିୟାଣାର ପଲବଲ ଅନ୍ତର୍ଗତ ମିଲକୋଡା ଗାଁର | କାରର ମାଲିକ ଏବଂ ତାଙ୍କର ଜଣେ ସାଙ୍ଗଙ୍କ ଅପହରଣ ମାମଲା ସେଠାକାର ଥାନାରେ ରୁଜ୍ଜୁ ହୋଇଥିବା ଜଣାପଡିଥିଲା |


ଯାଞ୍ଚ ବେଳେ ଆଉ ଏକ ସମସ୍ୟା ଉପୁଜିଥିଲା | ଯାଞ୍ଚ ବେଳେ ଜଣାପଡିଥିଲା ଯେ, ସେହି ଗାଁର ୪ଜଣ ଗାୟବ ଥିଲେ | ଗାୟବ ୪ଜଣ ହେଲେ ରୋହତସ, ଲାଲାରାମ, କୁଅଁରପାଳ ଏବଂ ଲେଖନ | ରୋହତସ, ଲାଲାରାମଙ୍କ ଗାୟବ ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଥିଲା | ଦୁଇଟି ଶବ ମିଳିଛି କିନ୍ତୁ ଶବ ପୋଡି ଯାଇଥିବା ହେତୁ ତାଙ୍କ ପରିଚୟ ମିଳିପାରିନାହିଁ | ଆଉ ଦୁଇ ଜଣ କୁଆଡେ଼ ଗଲେ ଏବଂ ଅପହରଣକର୍ତ୍ତା କିଏ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |


ମଥୁରାରେ ଏକ ପୋଡି ଯାଇଥିବା କାର ଏବଂ କାର ଭିତରୁ ଦୁଇଟି ମୃତଦେହ ମିଳିବା ଘଟଣା ପରେ ହରିୟାଣା ପୋଲିସ ମଥୁରାରେ ପହଂଚିଛି |


ବରସାନା ଠାରୁ ପ୍ରାୟ ୨ କି:ମି: ଦୂର ଶ୍ରୀ ନଗର ଗାଁରେ ରାସ୍ତାକଡରୁ ଏକ ପୋଡି ଯାଇଥିବା ଇକୋ କାର ଉଦ୍ଧାର ହୋଇଥିଲା | ସକାଳ ୭ଟା ବେଳେ ଗ୍ରାମବାସୀ ଏନେଇ ପୋଲିସକୁ ଖବର ଦେଇଥିଲେ | ଗୋଟିଏ ଶବ ପଛପଟ ସିଟ ପାଖ ବାହାରେ ପଡିଥିଲା ଏବଂ ଅନ୍ୟ ଶବ ଡ୍ରାଇଭର ସିଟରେ ଥିଲା | ଘଟଣାସ୍ଥଳର ସ୍ଥିତିରୁ ସଫା ଜଣାପଡୁଥିଲା ଯେ, ଦୁଇ ଜଣଙ୍କୁ ହତ୍ୟା କରାଯାଇଛି | ତଦନ୍ତ ବେଳେ ପୋଲିସକୁ କାର ଭିତରୁ ଏକ ଦରପୋଡା ପର୍ସ ମିଳିଛି ଯେଉଁଥିରେ ଏକ ଫଟୋ ମଧ୍ୟ ରହିଛି |


ଲାଲାରାମଙ୍କ ପରିବାର ସଦସ୍ୟ ପୋଲିସ ସହ ବରସାନା ଥାନା ଆସିଥିଲେ | କିନ୍ତୁ ଶବ ପୋଡି ଯାଇଥିବାରୁ ସେମାନେ ଚିହ୍ନି ପାରିନଥିଲେ | କିନ୍ତୁ କାରରୁ ମିଳିଥିବା ପର୍ସରେ ଥିବା ଫଟୋକୁ ଚିହ୍ନି ତାହା ଲେଖନର ବୋଲି କହିଛନ୍ତି ଲାଲାରାମଙ୍କ ପରିବାର ଲୋକେ | ତେବେ ପୋଡି ଯାଇଥିବା କାର ଲାଲାରାମଙ୍କ ବୋଲି ଜଣାପଡିଛି |


ସୂଚନାଯୋଗ୍ୟ ଯେ, ଲାଲାରାମ ଏବଂ ରୋହତସ ବୁଧବାର ସନ୍ଧ୍ୟାରେ ଘରୁ ଦେଢ଼ ଲକ୍ଷ ଟଙ୍କା ନେଇ ବାହାରିଥିଲେ | ଏହାସହ ବଜାରରୁ ଆଉ କିଛି ଟଙ୍କା ମଧ୍ୟ ସଂଗ୍ରହ କରିଥିଲେ | ଏମାନେ କୌଣସି କାମରେ କୋଷିକଲା ଯାଇଥିଲେ | କୁଅଁରପାଳ ଗାଁ ମୁଣ୍ଡରେ ଥିବା ଢାବାରୁ ଏମାନଙ୍କ ସହ ଯାଇଥିଲେ | କିନ୍ତୁ ଚତୁର୍ଥ ବ୍ୟକ୍ତି ଲେଖନ ଏମାନଙ୍କ ସହ ଥିଲେ ନା ନାହିଁ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | ତେବେ ମୃତକ କିଏ ଏବଂ ଅନ୍ୟ ଦୁଇ ଜଣ କୁଆଡେ ଗଲେ ସେନେଇ ପୋଲିସ ପୁରା ଘଟଣାର ତଦନ୍ତ କରୁଛି |

   Related Posts