Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଗୋଟିଏ କନ୍ୟା ପାଇଁ ଆସିଲା ୨ଟି ବରଯାତ୍ରୀ: ଜଣକୁ ପିନ୍ଧାଇଲେ ବରଣ ମାଳା, ଅନ୍ୟ ସହ ହେଲେ ବିଦା

5/06/2021 at 2:30 PM

ଏଟା ୦୫/୦୬ : ଉତ୍ତର ପ୍ରଦେଶ ଏଟା ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବତୀଙ୍କ ବାହାଘର ଥିଲା । କନ୍ୟା ପାଇଁ ବାହାଘରରେ ଦୁଇଟି ବରଯାତ୍ରୀ ଆସିଥିଲା । ଜଣେ ବର ସହ ବାହାଘର ହେଲା ଓ ଅନ୍ୟ ବର ସହ ଯୁବତୀ ବିଦା ହୋଇଗଲେ । ଏହାକୁ ନେଇ ପ୍ରଥମ ବର ଘର ଲୋକ ହଙ୍ଗାମା କରିଥିଲେ । ପ୍ରଥମ ବର ପକ୍ଷ ଏନେଇ ପୋଲିସରେ ଅଭିଯୋଗ କରିଥିଲେ । ଯୁବତୀଙ୍କ ବାପା ଓ ଦାଦାଙ୍କୁ ପୋଲିସ ପଚରାଉଚୁରା କରୁଛି ।
ମାମଲା ଏଟା ଜିଲ୍ଲା ସିରବ ଗାଁର । ଗାଁରେ ଜଣେ ଯୁବତୀଙ୍କ ବାହାଘର ଥିଲା । ଯୁବତୀଙ୍କ ପାଇଁ ଦୁଇଜଣ ବରଯାତ୍ରୀ ନେଇ ଆସିଥିଲେ । ଯୁବତୀ ଜଣକ ପ୍ରଥମ ବରକୁ ବରଣ ମାଳା ପିନ୍ଧାଇଥିଲେ ଓ ଦ୍ୱିତୀୟ ବର ସହ ଯୁବତୀଙ୍କ ବାହାଘର ହୋଇଥିଲା । ଏହିଭଳି ଘଟଣା ଘଟିଥିବାରୁ ଅନେକ ହଙ୍ଗାମା ହୋଇଥିଲା । ଏଥିରେ ପ୍ରଥମ ବର ଘରଲୋକ ରାଗିଯାଇ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ଯୁବତୀଙ୍କ ଘରଲୋକ ଓ ବିଦା ହୋଇଯାଇଥିବା ବର ଘର ଲୋକଙ୍କଙ୍କୁ ହେପାଜତକୁ ନେଇ ପଚରାଉଚୁରା କରିଛି । ପୋଲିସ ମାମଲାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି ।
ଗାଁରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତେ ଏହି ଅଜବ ବାହାଘରକୁ ନେଇ ଚର୍ଚ୍ଚା କରୁଛନ୍ତି । କିଛି ଲୋକ କହିଛନ୍ତି ଯେ ଝିଅର ବୟସ ମଧ୍ୟ କମ ଥିଲା । କିଛି ଲୋକ କହିଛନ୍ତି ଯେ, କନ୍ୟା ଘର ଲୋକ ବାହାଘର ନାଁରେ ଆହୁରି କିଛି ଲୋକଙ୍କୁ ମଧ୍ୟ ଠକିଛନ୍ତି । ତେବେ ପୋଲିସ ଟିମ ମାମଲାର ଯାଞ୍ଚ କରୁଛି । ଯାଞ୍ଚ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ।

   Related Posts