Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ପରସ୍ପରକୁ ବିବାହ କରିବାକୁ ଅଡି ବସିଛନ୍ତି ଏହି ଦୁଇ ଛାତ୍ରୀ : ବୁଝେଇ ବୁଝେଇ ପୋଲିସ ଓ ଘରଲୋକ ନୟାନ୍ତ

16/06/2019 at 4:07 PM

ଗାଜିଆବାଦ ୧୬/୬ : ଗାଜିଆବାଦ ନଗର ଥାନାରେ ଜଣେ ଛାତ୍ରୀ ଶନିବାର ଦିନ ନିଜ ସାଙ୍ଗଙ୍କୁ ବିବାହ କରିବେ ବୋଲି ଗୁହାରି କରିଥିଲେ । ପୋଲିସ ଘଣ୍ଟା ଘଣ୍ଟା ଧରି ବୁଝାଇବା ସତ୍ୱେ ମାନିଲେ ନାହିଁ ଛାତ୍ରୀ । ଉଭୟ ଛାତ୍ରୀଙ୍କ ବୟସ ୧୮ ବର୍ଷ ହୋଇଥିବାରୁ ପୋଲିସ ମଧ୍ୟ ତାଙ୍କୁ ବୁଝାଇବାକୁ ଅସମର୍ଥ ଥିଲା ।

ଉଭୟଙ୍କ ଘରଲୋକ ଦୁଇଜଣଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ । କିନ୍ତୁ ଉଭୟ ସାଙ୍ଗ ପରସ୍ପରକୁ ବିବାହ କରିବାକୁ ଅଡି ବସିଥିଲେ । ଉଭୟ ଛାତ୍ରୀ ଜୁନ ୫ତାରିଖରୁ ନିଖୋଜ ଥିଲେ । ନିଖୋଜ ହେବାପରେ ଘରଲୋକ ପୋଲିସରେ ଏତଲା ଦେଇଥିଲେ । ଏତଲା ପାଇ ପୋଲିସ ଉଭୟଙ୍କୁ ଖୋଜାଖୋଜି କରି ଶନିବାର ଦିନ ତାଙ୍କର ପତା ପାଇଥିଲା ।

ଗାଜିଆବାଦରେ ରହୁଥିବା ଜଣେ ଛାତ୍ରୀଙ୍କ ବନ୍ଧୁତା ଆଉ ଏକ ସମ୍ପ୍ରଦାୟର ଜଣେ ଯୁବତୀଙ୍କ ସହ ଅଛି । ଉଭୟ ଗୋଟିଏ କଲେଜରେ ପାଠ ପଢ଼ନ୍ତି । ନିଜ ସାଙ୍ଗ ଘରକୁ ଯାଇ ପଢିବେ ବୋଲି କହି ଜଣେ ଛାତ୍ରୀ ଗାୟବ ହୋଇଯାଇଥିଲେ । ଆଉ ଜଣେ ଛାତ୍ରୀ ବୁଲନ୍ଦସହର ନିଜ ଅଜାଙ୍କ ଘରକୁ ଯାଇଥିଲେ ।

ଛାତ୍ରୀ ନିଜ ଘରକୁ ନଆସିବାରୁ ଘରଲୋକ ଚିନ୍ତିତ ହୋଇପଡିଲେ । ଏହାପରେ ସେମାନେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ସାଙ୍ଗ ବୁଲନ୍ଦସହର ଯାଇଛନ୍ତି । ଏହାପରେ ଘରଲୋକ ଥାନାରେ ଏତଲା ଦେଇଥିଲେ । ଏତଲା ପରେ ପୋଲିସ ଖୋଜାଖୋଜି କରି ଉଭୟଙ୍କୁ ପାଇଥିଲା ଏବଂ ଥାନାକୁ ନେଇ ଆସିଥିଲା । ଏହାପରେ ଉଭୟଙ୍କ ଘରଲୋକଙ୍କୁ ଖବର ଦେଇଥିଲା ପୋଲିସ । ଘରଲୋକ ଆସି ଥାନାରେ ପହଁଚିଲେ । ଘରଲୋକଙ୍କୁ ଦେଖିବା ପରେ ସେମାନେ କହିଥିଲେ ଯେ, ସେ ପରସ୍ପର ସହ ରହିବାକୁ ଚାହୁଁଛନ୍ତି । ସେମାନେ ପରସ୍ପରକୁ ବିବାହ କରିବାକୁ ଚାହୁଁଛନ୍ତି । ପୋଲିସ, ଘରଲୋକ ଯେତେ ବୁଝାଇ ବୁଝାଇ ନୟାନ୍ତ ହୋଇଗଲେ ମଧ୍ୟ ଉଭୟ ନିଜ ଜିଦରେ ଅଡି ବସିଲେ । ଏହାପରେ ଉଭୟ ଛାତ୍ରୀଙ୍କ ଘରଲୋକ ସେମାନଙ୍କୁ ନିଜ ନିଜ ଘରକୁ ନେଇଯାଇଥିଲେ ।

   Related Posts