ପୋଲିସ୍‌ର‌ ପାଠ ବଡ଼ ଅଡୁଆ: ଭୁଲ୍ କରିବ ଜଣେ, ମାଡ଼ ଖାଇବ ଆଉ ଜଣେ, ସ୍ବାମୀ- ସ୍ତ୍ରୀଙ୍କ କଳିରେ ୨ ଝିଅଙ୍କୁ ନିସ୍ତୁକ ମାଡ଼

Published By : Prameya-News7 Bureau | June 04, 2020 IST

ବାଲେଶ୍ବର୪/୬: ସ୍ବାମୀ- ସ୍ତ୍ରୀଙ୍କ କଳିରେ ଅନ୍ଧାରରେ ୨ ଝିଅଙ୍କ ଭବିଷ୍ୟତ। ୨ ଝିଅଙ୍କ ମଧ୍ୟରୁ ଜଣେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି ଏବଂ ଅନ୍ୟ ଜଣେ ଦଶମ ଶ୍ରେଣୀରେ ପଢୁଛନ୍ତି। କରୋନା ଲକଡାଉନ୍ ଯୋଗୁଁ ପିଲାମାନେ ଅନଲାଇନ୍‌ରେ କ୍ଲାସ କରୁଛନ୍ତି। କିନ୍ତୁ ଏହି ୨ ଭଉଣୀ ବାଲେଶ୍ବର ସହରରେ ଥିବା ନାରୀ ସଂଘରେ ମାଆଙ୍କ ସହ ଆଶ୍ରୟ ନେଉଛନ୍ତି। ଏହି କଷ୍ଟ ଭିତରେ ଆହୁରି ବଳି ଯାଇଛି ପୋଲିସର ଥାର୍ଡ ଡିଗ୍ରୀ। ବାପା ପୋଲିସ୍‌ ହେଲେ ୨ ଝିଅ ଆଉ ସ୍ତ୍ରୀଙ୍କୁ ପୋଲିସ୍‌ର ଟର୍ଚର।

ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ପଥରପୁରା ଗାଁରେ ଏଭଳି ଘଟଣା ଘଟିଛି। ମହିଳାଙ୍କ ସ୍ବାମୀ ସି.ଆର.ପି.ଏଫ୍. କନେଷ୍ଟବଲ ଅଛନ୍ତି। ସ୍ବାମୀ- ସ୍ତ୍ରୀଙ୍କ ଝଗଡ଼ାରେ ସବୁଦିନ ଘରେ ଅଶାନ୍ତି। ୨ ଝିଅଙ୍କ ମାଆ ଜଳେଶ୍ବର ଥାନାରେ ଆସି ଅଭିଯୋଗ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଟର୍ଚର। ଏହି ଦୁଇ ଭଉଣୀଙ୍କ ହାତ, ଗୋଡ- ପିଠି ଶରୀରର କୌଣସି ସ୍ଥାନକୁ ବାଦ୍ ଦେଇ ନାହାନ୍ତି ପୋଲିସ୍।  

ମହିଳା ଜଣଙ୍କ ତାଙ୍କ ସ୍ବାମୀ ବିରୋଧରେ ଥାନାରେ ଅଭିଯୋଗ କରିଥି ଲେ। ହେଲେ ଏମିତି କଣ ହେଲା ଯେ, ପୋଲିସ୍‌ ଲାଠି ପ୍ରହାର ଶିକାର ହେଲେ ଏହି ୨ ଭଉଣୀ। ମାଡ଼ ମାରି ପୋଲିସ ତାଙ୍କୁ ଓଲଟା ମାମଲାରେ ଛନ୍ଦି ଦେଇଛି । ଜଳେଶ୍ବର ପୋଲିସ ଆଣି ମାଆ ସହ ପିଲାଙ୍କୁ ବାଲେଶ୍ବରର ନାରୀ ସଂଘରେ ଛାଡି ଦେଇଛି। ବାର ଦିନ ହେଲା ୨ ଭଉଣୀ ସେଠାରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.