ସ୍କୁଟିରେ ଯାଉଥିବା ୨ ଛାତ୍ରୀଙ୍କ ଉପରେ ଓଲଟିପଡିଲା ଯାତ୍ରୀବାହୀ ବସ୍‌ ; ୨ଛାତ୍ରୀଙ୍କ ସମେତ୧୦ ଯାତ୍ରୀ ଆହତ, ଗୁରୁତର ଜଣେ ଛାତ୍ରୀଙ୍କୁ ଭର୍ତ୍ତିକରାଗଲା ଆଇଜିଏଚରେ

Published By : Prameya-News7 Bureau | January 15, 2019 IST

ରାଉରକେଲା ୧୫|୧:ସୁନ୍ଦରଗଡ ଜିଲ୍ଲା  ବିଶ୍ରାରୁ ରାଉରକେଲା ଯାଉଥିବା ଖୁସ୍‌ବୁ ନାମକ ଯାତ୍ରୀବାହୀ  ମିନିବସ ଆଜି ଦିନ ଗୋଟାଏ ବେଳେ ବନ୍ଧମୁଣ୍ଡା  ଡି ବ୍ଲକ କେବିନ ନିକଟରେ  ଓଲଟିପଡିଛି ।  ବସଟି  ଭାରସାମ୍ୟ ହରାଇ ଓଲଟିବା ବେଳେ ପାର୍ଶ୍ବରେ  ସ୍କୁଟିରେ ଯାଉଥିବା ଦୁଇଜଣ ଛାତ୍ରୀଙ୍କ ଉପରେ ମାଡି ବସିଥିଲା । ସ୍ଥାନୀୟ ଲୋକେ ବହୁ କଷ୍ଟରେବସ ତଳେ ଚାପି ହୋଇ ରହିଥିବା ଦୁଇ ଛାତ୍ରୀଙ୍କୁ ବାହାର କରିଥିଲେ । ବସ ତଳେ ଚାପି ହୋଇଯାଇଥିବା ଦୁଇଜଣ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି ।ଦୁଇଜଣ ଛାତ୍ରୀ ହେଲେ ସବିନା ଟପ୍ନୋ ଏବଂ ସଚିତା ଜାତେ ।

{"id":74174}

ଗୁରୁତର ହୋଇଥିବା ଛାତ୍ରୀ ସବିନା ଟପ୍ନୋଙ୍କୁ ରାଉରକେଲା ଆଇଜିଏଚ୍‌ ରେ ଭର୍ତ୍ତି କରାଯାଇଛି । ସ୍କୁଟିରେ ଥିବା ଅନ୍ୟ ଜଣେ ଛାତ୍ରୀ ସଚିତା ଜାତେ ସାମାନ୍ୟ ଆହତ ହୋଇଛନ୍ତି । ଅପରପକ୍ଷରେ ବସରେ ଥିବା ୧୦ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ  ପ୍ରାଥମିକ ଚିକିତ୍ସାପରେ ଛାଡିଦିଆଯାଇଛି ।

{"id":74177}

ବସର ଡ୍ରାଇଭର ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ଘୋଣାସ୍ଥଳରେ ପହଞ୍ଚିଛି । ତେବେ ସ୍ଥାନୀୟ ଲୋକେ ବନ୍ଧମୁଣ୍ଡା  ଡି ବ୍ଲକ କେବିନ ନିକଟରେ  ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ବସଟି ଦ୍ରୁତ ଗତିରେ ଯାଉଥିବାରୁ ଏଭଳି ଦୁର୍ଘଟଣା ହୋଇଥିଲା । ଆହତଙ୍କୁ କ୍ଷତିପୂରଣ ଓ ବସର ଡ୍ରାଇଭର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାରୋକ କରିଛନ୍ତି ସ୍ଥନୀୟ ଲୋକେ ।

{"id":74175}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.