Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସାର୍ଟିଫିକେଟ୍‌ ଜେରକ୍ସ କରିବାକୁ ଯାଇଥିବା ବେଳେ ଦୁଇ ଛାତ୍ରୀଙ୍କୁ ସାଇବର୍‌ କେଫ୍‌ରେ ଗଣଦୁଷ୍କର୍ମ, ଭିଡିଓ ଉତ୍ତୋଳନ କରି ଭାଇରାଲ୍‌ ଧମକ

29/09/2021 at 4:35 PM

କନଉଜା, ୨୯/୦୯: ଡକ୍ୟୁମେଣ୍ଟ ଜେରକ୍ସ କରିବାକୁ ଯାଇଥିବା ବେଳେ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଖାଲି ସେତିକି ନୁହେଁ ଦୁଷ୍କର୍ମ ସମୟରେ ଭିଡିଓ ଉତ୍ତୋଳନ କରି ଭିଡିଓ ଭାଇରାଲ୍‌ କରିବାକୁ ଧମକ ଦେବା ସହ ଅଭିଯୁକ୍ତ ଟଙ୍କା ଦେବାକୁ ବ୍ଲାକ୍‌ମେଲ୍‌ ମଧ୍ୟ କରୁଥିବା ଜଣାପଡ଼ିଛି । ଏଭଳି ଘଟଣା ଉତ୍ତରପ୍ରଦେଶର କନ୍ନାଉଜ୍‌ ଜିଲ୍ଲାରେ ଘଟିଛି ।

ପୋଲିସ୍‌ ସୂଚନା ଅନୁସାରେ, ୪ ଜଣ ବ୍ୟକ୍ତି ସାଇବର୍‌ କେଫ୍ ଭିତରେ ଏଭଳି କାଣ୍ଡ ଘଟାଇଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଏହାର ଭିଡିଓ ଉତ୍ତୋଳନ କରିଥିଲା । ସେମାନଙ୍କୁ ଭୟଭୀତ କରାଇ ୧୦ ହଜାର ଟଙ୍କା ମଧ୍ୟ ସେମାନେ ଦାବି କରିଥିବା ପୋଲିସ୍‌ କହିଛି । ସ୍ଥାନୀୟ ଏସ୍‌ପି ପ୍ରଶାନ୍ତ ଭର୍ମା ଏନେଇ କହିଛନ୍ତି ଯେ, ପୀଡ଼ିତାଙ୍କ ବୟାନକୁ ଆଧାର କରି ଏକ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ମୋଟ ଏଥିରେ ୬ ଜଣଙ୍କ ନାମରେ ଏଫ୍‌ଆଇଆର୍‌ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି ।

ଘଟଣା ଅନୁସାରେ, ୧୭ ବର୍ଷୀୟ ଛାତ୍ରୀ ତାଙ୍କ ସାଙ୍ଗକୁ ନେଇ ଜେରକ୍ସ କରିବାକୁ ସେହି ସାଇବର୍‌ କେଫ୍‌କୁ ଯାଇଥିଲେ । ସେଠାରେ ଆଗରୁ ଥିବା ୪ ଜଣ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିଥିଲେ । ଭିଡିଓ କରିବା ପରେ ୧୦ ହଜାର ଟଙ୍କା ନଦେଲେ ଏହାକୁ ଭାଇରାଲ୍‌ କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ଏହି ଘଟଣା ସେତେବେଳେ ଜଣା ପଡ଼ିଥିଲା ଯେତେବେଳେ ପୀଡ଼ିତା ଏବଂ ତାଙ୍କ ସାଙ୍ଗ ଘରୁ ଟଙ୍କା ଚୋରୀ କରି ଅଭିଯୁକ୍ତଙ୍କୁ ନେଇ ଦେଇଥିଲେ । ଘର ଲୋକ ଟଙ୍କା ଗାଏବ୍‌ ନେଇ ଖୋଳତାଡ଼ ପରେ ଏପରି ହୋଇଥିବା ଜାଣିବାକୁ ପାଇ ପୋଲିସ୍‌ରେ ମାମଲା ରୁଜୁ କରିଥିଲେ । ତେବେ ପୋଲିସ୍‌ ଘଟଣା ସ୍ଥଳରେ ଦୁଷ୍କର୍ମ ହୋଇଥିବା ପ୍ରମାଣ ପାଇଛି । ଜଣେ ଅଭିଯୁକ୍ତଙ୍କ ସ୍ତ୍ରୀ ମଧ୍ୟ ପୀଡ଼ିତାଙ୍କୁ ଫୋନ୍‌ କରି ଧମକ ଦେଇଥିବାରୁ ପୋଲିସ୍‌ ତାଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଛି ।

   Related Posts