Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ବାଇକରେ ଚାଲିଥିଲା ମଦ ଚୋରାଚାଲାଣ, ୨ ଜଣଙ୍କୁ ଧରିଲା ପୋଲିସ

21/06/2021 at 8:23 AM

ଚଣ୍ଡିଖୋଲ, ୨୧।୦୬: ଯାଜପୁର ଜିଲ୍ଲା  ବରୁଣିଆ ପଞ୍ଚାୟତ ଅଫିସ ନିକଟରୁ ବିପୁଳ ପରିମାଣର ମଦ ଜବତ । ବାଇକରେ ୨ ଜଣ ଯୁବକ ମଦ ନେଇ ଯାଉଥିବା ବେଳେ ବୈରୀ ପୋଲିସ ସେମାନଙ୍କୁ ଧରିଛି ।

ସୂଚନା ଅନୁସାରେ,  ଲକଡାଉନ୍ ଓ ସଟଡାଉନ୍ ବେଳେ ଚୋରା ମଦ କାରବାର ବୃଦ୍ଧି ପାଇଛି । ବୈରୀ ପୋଲିସକୁ ବାଇକରେ ମଦ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିଥିଲା ।  ଏସଆଇ ବିଶ୍ୱଜିତ ବିଶ୍ୱାଳ, ଏ.ଏସ.ଆଇ ଅନିଲ ସାହୁ, ଓ ଅସରାଫ ରାତି ପ୍ରାୟ ସାଢେ ୧୧ଟା ବେଳେ ବରୁଣିଆ ପଞ୍ଚାୟତ ଅଫିସ୍ ନିକଟରେ  ଏକ ବାଇକକୁ ଅଟକାଇଥିଲେ । ଯଦ୍ୱାରା ମଦ ଚୋରାଚାଲାଣର ଫର୍ଦ୍ଦାଫାସ ହୋଇଥିଲା । ଏହାସହ ଘଟଣାରେ ସଂପୃକ୍ତି ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି ।

ପୋଲିସ ସେମାନଙ୍କଠାରୁ ୪୦ ଗୋଟି ନିବ୍ ଜବତ କରିଛି ।ଜଣଙ୍କ ଘର ଦୌଲତପୁରରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ମାହାଙ୍ଗା ବ୍ଲକ ଅନ୍ତେଗତ ବଉଳା ଗ୍ରାମରେ ବୋଲି ଜଣାପଡିଛି ।

   Related Posts