ଫିଙ୍ଗର ପ୍ରିଣ୍ଟ ଚୋରି କରି ଆଧାର କାର୍ଡ ସାହାଯ୍ୟରେ ଉଠାଉଥିଲେ ଟଙ୍କା, ୨ ଗିରଫ

Published By : Prameya-News7 Bureau | February 26, 2021 IST

ଲକ୍ଷ୍ନୌ, ୨୬/୦୨ଦିନକୁ ଦିନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶ ଆଗକୁ ବଡୁଛି । ବ୍ୟାଙ୍କିଂ ସମେତ ବିଭିନ୍ନ ସେକ୍ଟରରେ ନୂଆ ନୂଆ ଟେକ୍ନୋଲୋଜି ବ୍ୟବହାର ହେଉଛି । ତେବେ ଠକମାନେ ମଧ୍ୟ ଏହାର ଫାଇଦା ନେଉଛନ୍ତି । ଏବେ ଉତ୍ତର ପ୍ରଦେଶରେ ପୋଲିସ ୨ ଯୁବକଙ୍କୁ ଗିରଫ କରିଛି ଯେଉଁମାନେ ଭାରତ ସରକାରଙ୍କ ଓ୍ୱେବସାଇଟ୍ ଭୂଲେଖ ଜରିଆରେ ଫିଙ୍ଗର୍ ପ୍ରିଣ୍ଟ ଚୋରାଇ ଆଧାର କାର୍ଡ ଜରିଆରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଥିଲେ ।

ୟୁପିର ରାଜଧାନୀ ଲକ୍ଷ୍ନୌରୁ ଅନେକ ଅଭିଯୋଗ ମିଳିବା ପରେ ପୋଲିସର ସାଇବର୍ ସେଲ୍ ସକ୍ରିୟ ହୋଇ ଉଠିଥିଲା । ଏହି ଅଭିଯୋଗରେ ୨ ଯୁବକଙ୍କୁ ଗିରଫ ମଧ୍ୟ କରାଯାଇଛି । ସୂଚନା ଅନୁସାରେ, ସାଇବର୍ ସେଲକୁ ଏକ ଅଭିଯୋଗ ମିଳିଥିଲା ଯେ, ଜଣେ ବ୍ୟକ୍ତିଙ୍କ ଆକାଉ୍ମଟରୁ ୫୦ ହଜାର ଟଙ୍କା କେହି ଜଣେ ଆଧାର କାର୍ଡ ଜରିଆରେ ଉଠାଇ ନେଇଥିଲେ । ପୋଲିସର ଏନେଇ ମାମଲା ହୋଇଥିଲା । ୟୁପି ସାଇବର ସେଲ୍ ଏହି ମାମଲାରେ ବନାରସରୁ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜୋନପୁର ଓ ଆଜମଗଡର ବୋଲି ଜଣାପଡିଛି ।

ଯୁଗ୍ମ ପୋଲିସ କମିଶନର ନୀଳାଜ୍ଜା ଚୌଧରୀ କହିଛନ୍ତି ଯେ, ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଦେବେନ୍ଦ୍ର ଓ ରମେଶ । ଉଭୟ ଜେରା ବେଳେ ଲୋକଙ୍କ ପଇସା ଲୁଟୁଥିବା ସ୍ୱୀକାର କରିଛନ୍ତି । ଫିଙ୍ଗର୍ ପ୍ରିଣ୍ଟ ଜରିଆରେ ସେମାନେ ଏପରି କରୁଥିଲେ । ସେମାନେ ପେଇନଆର୍ କମ୍ପାନୀରେ କାମ କରୁଥିଲେ । ଅଭିଯୁକ୍ତଙ୍କ ପାଖରେ କମ୍ପାନୀର ଆଇଡି ପାସଓ୍ୱାର୍ଡ ଥିଲା । ଏହି କମ୍ପାନୀ ଲୋକଙ୍କୁ ଫିଙ୍ଗର ପ୍ରିଣ୍ଟ ମାଧ୍ୟମରେ ଟଙ୍କା ଉଠାଣରେ ସାହାଯ୍ୟ କରିଥାଏ ।

ପୋଲିସ ଆହୁରି ମଧ୍ୟ କହିଛନ୍ତି ଯେ, ଆଧାର କାର୍ଡ ପାଇବା ପରେ ଭୁଲେଖ ଓ୍ୱେବସାଇଟକୁ ଯାଇ ଅଭିଯୁକ୍ତମାନେ ଫିଙ୍ଗର ପ୍ରିଣ୍ଟ ଚୋରି କରୁଥିଲେ । ଏହି ଫିଙ୍ଗର ପ୍ରିଣ୍ଟ ଲୋକଙ୍କ ଜାଗାବାଡି ସମ୍ବନ୍ଧୀୟ ଦସ୍ତାବିଜରେ ରହିଥାଏ । ଏହି ଜରିଆରେ ସେମାନେ ଶତାଧିକ ଲୋକଙ୍କୁ ଲୁଟିଥିବା ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.