ଖସି ପଳାଉଥିବା ବେଳେ ୨ ଗଞ୍ଜେଇ ମାଫିଆଙ୍କୁ ମାଡି ବସିଲା ଅବକାରୀ ଟିମ୍

Published By : Prameya-News7 Bureau | November 09, 2020 IST

ରାଇରଙ୍ଗପୁର, ୦୯୧୧: ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଦେଓପତା ଛକରେ ଦୁଇ ଆନ୍ତଃ ରାଜ୍ୟ ଗଂଜେଇ ମାଫିଆଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ସେମାନଙ୍କଠାରୁ ବାଇକ ସହ ୧୫ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ମଧ୍ୟ କରାଯାଇଛି।

ଜିଲ୍ଲା ଅବକାରୀ ସୁପରିଣ୍ଟେଡେଣ୍ଟ ପୁରୁଷଷୋତ୍ତମ ଧାରୁଆ ଏବଂ ଡେପୁଟି ସୁପରିଣ୍ଟଜଡେଣ୍ଟ ଡି କେ ଟଣ୍ଡଲଙ୍କ ନିର୍ଦେଶକ୍ରମେ ରାଇରଙ୍ଗପୁର ଅବକାରୀ ବିଭାଗ ଓଆଇସି ହରିହର ସିଂଙ୍କ ନେତୃତ୍ୱରେ ସୋମବାର ଦିନ ଦେଓପତାରେ ଚଢ଼ଉ କରାଯାଇଥିଲା । ଏହି ସମୟରେ ଦ୍ରୁତ ଗତିରେ ଖସି ପଳାଉଥିବା ଏକ ଗ୍ଲାମର ଗାଡି ଓଡି ୧୧ଏ ୨୮୬୬କୁ ଅଟକାଇ ଯାଞ୍ଚ କରିଥିଲା ଅବକାରୀ ଟିମ୍ । ଏହି ସମୟରେ ସେମାନଙ୍କ ପାଖରେ ଏକ ବ୍ୟାଗରେ ୧୫କେଜି୫୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା ।

{"id":359012,"sizeSlug":"large"}

ଏହାସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଭାଗ ।ଗିରଫ ଦୁଇ ଗଞ୍ଜେଇ ମାଫିଆ ହେଲେ ଝାଡ଼ଖଣ୍ଡ ରାଜନଗର ଅଂଚଳର ଶିବ ଶଙ୍କର ପାଲ ଏବଂ ତିରିଂ ଥାନା ଅନ୍ତର୍ଗତ ଡଲାଯୋଡି ଗ୍ରାମର ଅମର ସାହୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.