Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଏମିତି ବି ଆସେ ମୃତ୍ୟୁ ! ଥଟ୍ଟା-ମଜା କରୁକରୁ ଛାତରୁ ଖସି ପଡିଲେ ଦୁଇ ସାଙ୍ଗ

24/01/2021 at 9:32 PM

ନୂଆଦିଲ୍ଲୀ ୨୪/୦୧ : ସାମାନ୍ୟ ଅସାବଧାନତା ପାଇଁ ବହୁମୂଲ୍ୟ ଦେବାକୁ ପଡିଥାଏ, ଜୀବନ ମଧ୍ୟ ଚାଲିଯାଇଥାଏ । ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଛି ଦିଲ୍ଲୀରେ । ଦୁଇ ଜଣ ବନ୍ଧୁ ଥଟ୍ଟା ମଜା କରୁଥିବା ବେଳେ ଅସାବଧାନତା ଯୋଗୁ ଛାତରୁ ଖସି ପଡିଥିଲେ । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣା ଦିଲ୍ଲୀର ଗୀତା କଲୋନୀରେ ଘଟିଛି । ଯେଉଁଠାରେ ଏକ କାରଖାନାରେ କାମ କରୁଥିବା ଦୁଇ ଜଣ ସାଙ୍ଗ ଉକ୍ତ କାରଖାନାର ଛାତ ଉପରକୁ ଖାଇବା ପାଇଁ ଯାଇଥିଲେ । ଛାତ ଉପରେ ଉଭୟ ଉଭୟଙ୍କ ମଧ୍ୟରେ ହସ-ମଜା କରୁଥିଲେ । ଏହାରି ମଧ୍ୟରେ ଜଣେ ଜଣଙ୍କୁ ଗୁଦଗୁଦୀ କରୁଥିବା ବେଳେ ଅଚାନକ ଛାତରୁ ତଳକୁ ଖସିପଡିଥିଲେ । ଛାତର ପାଚେରୀ ନଥିବାରୁ ଉଭୟ ତଳେ ପଡିଯାଇଥିାଲେ ଏବଂ ଘଟଣାସ୍ଥଳରେ ହିଁ ଉଭୟ ବନ୍ଧୁଙ୍କ ମୃତ୍ୟୁ ହୋଇଯାଇଥିଲା ।

ମୃତକ ଦୁଇ ଜଣ ବନ୍ଧୁ ହେଉଛନ୍ତି ଶଫୀକ୍‌ ଏବଂ ଶକୀଲ୍‌ ବୋଲି ସୂଚନା ମିଳିଛି । ପୋଲିସ କହିବା ମୁତାବକ, ଶଫୀକ୍‌ ପରିବାର ସହିତ ଜାଫରାବାଦରେ ରହୁଥିଲେ । ଶକୀଲ ମଧ୍ୟ ତାଙ୍କ ପଡୋଶୀ ଝରେ ପରିବାର ସହିତ ରହୁଥିଲେ । ଉଭୟ ଭଲ ବନ୍ଧୁ ମଧ୍ୟ । ଉଭୟ ମୁକେଶ ଦୁଆ ନାମକ ଜଣେ ବ୍ୟକ୍ତିଙ୍କ ଫ୍ୟାକ୍ଟିରେ କାମ କରୁଥିଲେ । ଉକ୍ତ ଫ୍ୟାକ୍ଟିରେ ରେଡିମେଡ୍‌ କାମ ହେଉଥିଲା । ଉଭୟ ସାଙ୍ଗ ଖାଇବା ପାଇଁ ଛାତ ଉପରକୁ ଯାଇ ଟଟ୍ଟା ମଜା କରୁକରୁ ଅସାବଧାନତା ଯୋଗୁଁ ଛାତରୁ ଖସିପଡିଥିଲେ । ତେବେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମାମଲାର ତଦନ୍ତ ଜାରି ରଖିଛି ।

   Related Posts