ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ସାଙ୍ଗର ପିଠିକୁ ଛୁରି ଭୁସିଲା ସାଙ୍ଗ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | January 28, 2022 IST

ବାରଙ୍ଗ, ୨୮/୦୧: ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ। ପ୍ରେମ ବ୍ୟାପାରକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀ ବିହାର ଅଞ୍ଚଳରେ ପ୍ରେମ ସମ୍ପର୍କକୁ ନେଇ ଛୁରା ମାଡ଼ ହୋଇଥିବା ଜଣାପଡ଼ିଛି । ଏଥିରେ ଦୁଇ ଜଣ ଗୁରୁତର ଭାବେ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଦୁଇ ସାଙ୍ଗ ମହିମା ଲେଙ୍କା ଓ ତାଙ୍କ ସାଙ୍ଗ ପ୍ରିୟ ରଂଜନ ବୋଲି ଜଣାପଡ଼ିଛି । ଦୁହେଁ ଘରେ ଥିବା ବେଳେ ମହିମା ଲେଙ୍କା ପ୍ରିୟ ରଞ୍ଜନଙ୍କୁ ପିଠି ପଟେ ଛୁରା ଭୁସି ଥିଲା । ଏଥିରେ ପ୍ରୀୟ ରଞ୍ଜନ ଗୁରୁତର ଆହାତ ହୋଇଥିବା ବେଳେ, ଉକ୍ତ ଘର ଭିତରେ ମହିମା ଲେଙ୍କାଙ୍କ ବେକକୁ କେହି ବାନ୍ଧି ଥିବା ଦେଖାଯାଇଛି । ତେବେ ଘର ଭିତରେ ତୃତୀୟ ବ୍ୟକ୍ତି ଜଣଙ୍କ  କିଏ ମହିଳା ନା ପୁରୁଷ, ଆକ୍ରମଣ କାରୀ ମହିମାଙ୍କୁ ଘର ଭିତରେ କାହିଁକି ବାନ୍ଧିଥିଲେ ତାହା ଏବେ ସ୍ପଷ୍ଟ ହୋଇ ନାହିଁ ।

କେଉଁ କାରଣରୁ ଛୁରା ମାଡ ହୋଇଛି ଏ ନେଇ ଚନ୍ଦ୍ରଶେଖରପୁର ପୋଲିସ ତଦନ୍ତ ଚଳାଇଛି । ଉଭୟ ସାଙ୍ଗଙ୍କୁ ଆହାତ ଅବସ୍ଥାରେ ପ୍ରଥମେ ଶୈଳଶ୍ରୀ ବିହାର ସ୍ଥିତ ଭୁବନେଶ୍ବର ହସ୍ପିଟାଲ, ପରେ କିମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.