ମହଙ୍ଗା ପଡ଼ିଲା ଗୁଜବ ପ୍ରଚାର: ଅଡିଓ ଭାଇରାଲ କରି ଜେଲ୍‌ ଗଲେ ଦୁଇ ବନ୍ଧୁ, ଲାଗିଛି ସଂଗୀନ ଦଫା

Published By : Prameya-News7 Bureau | August 10, 2020 IST

ଭୁବନେଶ୍ବର୧୦/୯:  ମହାମାରୀ କରୋନା ସଂପର୍କରେ ଗୁଜପ ପ୍ରଚାର କରି ଜେଲ ଗେଲ ଦୁଇ ବନ୍ଧୁ । ଏମାନେ ସୋସିଆଲ ମିଡିଆରେ କୋଭିଡ୍ ଚିକିତ୍ସା ନେଇ ଅଡିଓ ଭାଇରାଲ୍ କରିଥିଲେ ।  କୋଭିଡ ଚିକିତ୍ସା ଓ କରୋନା ଯୋଦ୍ଧାଙ୍କ ସମ୍ପର୍କରେ ଥଟାମଜା କରି ଯେଉଁ କଥାବାର୍ତ୍ତା କରିଥିଲେ, ତାହାର ଅଡିଓ ହୋଇଥିଲା ଭାଇରାଲ। ଉଭୟଙ୍କ ବିରୋଧରେ ପୋଲିସ କଡା ଦଫା ଲଗାଇଛି । ସେପଟେ ଏକ ଗଣମାଧ୍ୟମ ପକ୍ଷରୁ ଏହି ଖବର ପ୍ରସାରଣ ହେବା ପରେ ଏହା କୋଭିଡ ଚିକିତ୍ସାରେ ନିଯୁକ୍ତି ହୋଇଥିବା ଯୋଦ୍ଧାଙ୍କ ମନବଳ ଭାଙ୍ଗି ଥିବାରୁ ରାଜଧାନୀର ତିନି କୋଭିଡ ହସ୍ପିଟାଲ ସଂପୃକ୍ତ ଗଣମାଧ୍ୟମ ସଂସ୍ଥା ନାଁରେ ମାନମହାନି ମୋକଦ୍ଦମା କରିବେ ବୋଲି କହିଛନ୍ତି।

ମହଙ୍ଗା ପଡ଼ିଲା ଗୁଜବ ପ୍ରଚାର । ଅଡିଓ ଭାଇରାଲ କରି ଜେଲଗଲେ ଦୁଇ ବନ୍ଧୁ । କୋଭିଡ ପରିଚାଳନା କିଭଳି ଚାଲିଛି ଏବଂ ବିଏମସି କିପରି ପରିଚାଳନା କରୁଛି ସେ ନେଇ ଦୁଇ ଜଣଙ୍କ ଭିତରେ ଫୋନରେ ହୋଇଥିବା କଥାବାର୍ତ୍ତାକୁ ଭାଇରାଲ କରି ଜେଲ ଯାଇଛନ୍ତି ଦୁଇ ଯୁବକ । ଦୁଇ ଯୁବକ ହେଲେ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ବଜିତ ମହାନ୍ତି । କଟକ ଜିଲ୍ଲାରେ ଦୁଇ ଜଣଙ୍କ ଘର । ଜଣେ ଓରଟେଲର କର୍ମଚାରୀ ହୋଇଥିବା ବେଳେ ଆଉ ଜଣେ ବ୍ୟବସାୟୀ । କମିଶନରେଟ ପୋଲିସ ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି।  ଉଭୟ ଏବେ ଝାରପଡା ଜେଲରେ । ଉଭୟଙ୍କ ବିରୋଧରେ ଅଭିଯୋଗ ଆସିଛି ଯେ ଏମାନେ ସୋସିଆଲ ମିଡିଆରେ କୋଭିଡ୍ ଚିକିତ୍ସା ନେଇ ଅଡିଓ ଭାଇରାଲ୍ କରିଥିଲେ ।  କୋଭିଡ ଚିକିତ୍ସା ଓ କରୋନା ଯୋଦ୍ଧାଙ୍କ ସମ୍ପର୍କରେ ଥଟାମଜା କରି ଯେଉଁ କଥାବାର୍ତ୍ତା କରିଥିଲେ ,ତାହାର ଅଡିଓ ହୋଇଥିଲା ଭାଇରାଲ। ଉଭୟଙ୍କ ବିରୋଧରେ ପୋଲିସ ଧାରା ୨୬୯, ୨୭୦, ୫୦୫, ବି ୧୨୦ ବି ଲଗାଇଛି।

ପୋଲିସ ଲଗାଇଥିବା ଦଫାରେ ଦୃଢ କାଯ୍ୟାନୁଷ୍ଠାନ ହୋଇପାରିବ । ଜେଲ ଓ ଜରିମାନ ବି ହେବ । ଧାରା ୨୬୯ ଅନୁସାରେ  ସଂକ୍ରାମକ ରୋଗର ଭୟାବହତା ବିଷୟରେ ଜଣେ ଅବଗତ ଥାଇବି ନିଜର ଅବହେଳାରୁ   ସଂକ୍ରମଣ ବଢ଼ାଇବା ଭଳି କାର୍ଯ୍ୟ କରିବା । ଏହି ଧାରାରେ ବ୍ୟକ୍ତିଙ୍କ ଠାରୁ ଫାଇନ ଆଦାୟ କରାଯିବ ଏବଂ  ଗିରଫ ବି କରାଯାଇପାରିବ। ଧାରା ୨୭୦ରେ ଉଦ୍ଦେଶ୍ୟମୂଳକ  ସଂକ୍ରାମକ ରୋଗ ବଢ଼ିବା ପାଇଁ କାର୍ଯ୍ୟକରିବ। ୫୦୫(ବି) ହେଉଛି  ରାଷ୍ଟ୍ର ବିରୋଧରେ କୌଣସି ଅପପ୍ରଚାର କରିବା।  ୧୨୦ ବି ହେଉଛି ଅପରାଧିକ ଷଡ଼ଯନ୍ତ୍ରରେ ଲିପ୍ତ ରହିବ।  ସେହିପରି ସେକ୍ସନ ED ACT/52DM ମଧ୍ୟ ଲାଗିଛି।  ଡିଜାଷ୍ଟର ମ୍ୟାନେଜମେଣ୍ଟ ର ଧାରା ୫୨ ହେଉଛି ମିଛ ଜାଣି ଜଣେ ଅପପ୍ରଚାର କରିବା । ଏହାକୁ ନେଇ ଆଇଟି ଏକ୍ସେପଟଙ୍କ କହିବା କଥା କୌଣସି ଅଡିଓ କି ଭିଡିଓକୁ ଫରଓ୍ବାଡ କରିବା ଆଗରୁ ଏହାର ସତ୍ୟାସତ୍ୟ  ଜାଣିବା ଦରକାର । ଏହା ନହେଲେ ଆଇଟି ଆକ୍ଟ ଅନୁସାରେ ଜେଲ ଓ ଜରିମାନା ହୋଇପାରିବ । କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ଭାଇରାଲ କରିଥିବା ଲୋକ ଯଦି ଫର୍ଓ୍ବାଡ କରି  ଆଇନ ଜାଣିନି କହିବେ ତେବେ ବି ଛାଡ ମିଳିବନି ।

ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି ଏହି ଅଡିଓ କ୍ଲିପ୍ କୁ ପ୍ରସାରଣ କରାଯାଇଛି ।  ଏଥିସହିତ ଏହାକୁ ଏଡିଟ କରାଯାଇ ଅପଲୋଡ କରାଯାଇଛି। ଏବଂ ଏଥିରେ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ  ରହିଛି।  ଯେହେତୁ କରୋନା ସଂପର୍କିଚ ଭ୍ରମାତ୍ମକ ତଥ୍ୟ ପ୍ରଚାର କରାଯାଇଛି  ତେଣୁ ଏହା ମଧ୍ୟ ଏକ ଅପରାଧିକ କାର୍ଯ୍ୟକଳାପ ।   ଏଭଳି ପ୍ରଚାର କୋଭିଡ ଯୋଦ୍ଧାଙ୍କ ମନବଳ ଭାଙ୍ଗୁଛି । ଚିକିତ୍ସା ଉରେ ପ୍ରଭାବ ପକାଉଛି । ସେପଟେ କୋଭିଡ ଚିକିତ୍ସା କରୁଥିବା ହସ୍ପିଟାଲ କତ୍ତୃପକ୍ଷ ଏହି ଭାଇରାଲ୍ ଖବର ପ୍ରସାରଣ କରିଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।  ଭୁବନେଶ୍ବରରେ କୋଭିଡ୍  ହସ୍ପିଟାଲ ପରିଚାଳନା କରୁଥିବା, ହାଇଟେକ୍ କୋଭିଡ ହସ୍ପିଟାଲ ,କିମ୍ସ ଓ  ସମ୍ କୋଭିଡ୍ ହସ୍ପିଟାଲ । ଏନେଇ ମାନହାନୀ ମାମଲା ରୁଜୁ କରିବ ବୋଲି କହିଛନ୍ତି ।

ଘଟଣାରେ ପୋଲିସ ତଦନ୍ତ ଆଗକୁ ବଢାଉଛି । ମାମଲାରେ  ସୋସିଆଲ ମିଡିଆରେ ଭାଇରାଲ କରୁଥିବା ଆଉ  କିଛି  ଲୋକଙ୍କୁ ପୋଲିସ ତଦନ୍ତ ପରିସର ଭୁକ୍ତ କରିପାରେ ବୋଲି ସୂଚନା ମିଳୁଛି । ଏହା ସହ ଘଟଣା ପରେ  କମିଶନରେଟ ପୋଲିସ ମଧ୍ୟ ଅପିଲ  କରି ଜନସାଧାରଣଙ୍କ ଜୀବନ ଉପରେ ବିପଦ ସୃଷ୍ଟି କରୁଥିବା  କୌଣସି ଭ୍ରମାତ୍ମକ ତଥ୍ୟ ଏବଂ ଗୁଜବ ପ୍ରଚାରର କ୍ଷାନ୍ତ ରୁହନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.