Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଜାଲ୍ ପିଏମ୍ କେୟାର ଓ୍ୱେବସାଇଟ୍ ଖୋଲି ଲୁଟି ନେଇଥିଲେ ଲକ୍ଷାଧିକ ଟଙ୍କା, ୨ଜଣଙ୍କୁ ଗିରଫ କଲା ପୋଲିସ

11/04/2020 at 5:53 PM

ହଜାରିବାଗ, ୧୧|୦୪:  କରୋନା ଭାଇରସ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ୍ ଗଠନ କରାଯାଇଥିଲା । ଏଥିରେ ଜନତାଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ସହାୟତା ରାଶି ପ୍ରଦାନ କରୁଥିଲେ । ଝାଡଖଣ୍ଡର ହଜରିବାଗରେ କିଛି ଠକ ଏହି ସୁଯୋଗର ଫାଇଦା ଉଠାଇ ୫୧ ଲକ୍ଷ ଟଙ୍କା ଚଳୁ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ନାମରେ ଏକ ନକଲି ଓ୍ୱେବସାଇଟ୍ ଖୋଲି ସେମାନେ ଦୁଇଟି ବ୍ୟାଙ୍କର ଆକାଉଣ୍ଟ ନମ୍ବର ମଧ୍ୟ ଦେଇଥିଲେ । କରୋନା ସହ ଲଢେଇ କରିବା ପାଇଁ ଏହି ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ଆସିଥିଲା । କିନ୍ତୁ ଏହି ଠକମାନେ ଏହାକୁ ଲୁଟିନେଇଥିଲେ । ଏହି ମାମଲାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି । ଏହି ମାମଲାର ମାଷ୍ଟରମାଇଣ୍ଡ ଏବେବି ଫେରାର ଥିବା ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଲଢେଇରେ ସାମିଲ ହେବାକୁ ପିଏମ୍ କେୟାର୍ସ ଫଣ୍ଡ ଗଠନ କରିଥିଲେ । ଏଥିରେ ଅନେକ ବ୍ୟକ୍ତି ଅର୍ଥ ଜମା କରିଥିଲେ । କିନ୍ତୁ ହଜାରିବାଗର ଅପରାଧୀମାନେ ଏହି ସଙ୍କଟ ସମୟରେ ମଧ୍ୟ ଠକେଇ କରିଥିଲେ । ସେମାନେ ଏକ ଜାଲ ଓ୍ୱେବସାଇଟ୍ ତିଆରି କରି ୨ଟି ଆକାଉଣ୍ଟ ନମ୍ବର ଦେଇଥିଲେ । ଏହାସହ ଲୋକଙ୍କୁ ଟଙ୍କା ପ୍ରଦାନ କରିବାକୁ ଅପିଲ କରିଥିଲେ । ଏପରି ୫୧ ଲକ୍ଷ ଟଙ୍କା ଏହି ଦୁଇଟି ଆକାଉଣ୍ଟରେ ଜମା ହୋଇଥିଲା । ଏହି ଆକାଉଣ୍ଟ ବାବଦରେ ଜାଣିବା ପରେ ବ୍ୟାଙ୍କ୍ ମ୍ୟାନେଜର ଥାନାରେ ଏତଲା ଦେଇଥିଲେ । ଗିରଫ ଦ୍ୱୟ ମୁଫସିଲା ଅଞ୍ଚଳର ବୋଲି ପୋଲିସ କହିଛି ।

ଘଟଣାକୁ ନେଇ ଜିଲ୍ଲା ସଦର ଡିଏସପି କହିଛନ୍ତି ଯେ, ଏହି ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ସରଗନା ଅଞ୍ଚଳର ପରମେଶ୍ୱର ରାଓ । ପରମେଶ୍ୱର ଗିରଫ ଅଭିଯୁକ୍ତଙ୍କ ନାମରେ ଦୁଇଟି ଭିନ୍ନ ବିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ । ସେମାନଙ୍କଠାରୁ ପାସବୁକ୍, ଚେକବୁକ ଓ ଏଟିଏମ ଜବତ କରାଯାଇଛି ।

   Related Posts