ସମ୍ବଲପୁରରେ ଫର୍ମାଲିନ ଯୁକ୍ତ ମାଛ
19/07/2018 at 7:53 AM

ସମ୍ବଲପୁରରେ ଫର୍ମାଲିନ ଯୁକ୍ତ ମାଛ ମିଳିଛି | ଆଜି ଚଢ଼ାଉ ବେଳେ ସମ୍ବଲପୁର କୁଲୁଠକାନି ମାଛ ବଜାରରେ ଫର୍ମାଲିନ ବୋଳା ମାଛ ମିଳିଛି | ଦୁଇଟି ରୋହି ମାଛରୁ ଫର୍ମାଲିନ ମିଳିଛି | ଅଧିକ ପରୀକ୍ଷା ପାଇଁ ଏହାକୁ ଭୁବନେଶ୍ୱର ପଠାଯିବ | ଏନେଇ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି |ଗତ ୧୭ ତାରିଖରେ ମହାନଗର ନିଗମ ଜିଲ୍ଲା ମତ୍ସ୍ୟ ବିଭାଗ ମିଳିତ ଭାବେ ସହରର ୮ଟି ମାଛ ବଜାରରେ ଚଢ଼ାଉ କରିଥିଲେ | ଆଜି ସହରର ୬ଟି ମାଛ ବଜାରରେ ଚଢ଼ାଉ କରାଯାଇଥିଲା |
Related Posts
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021