ପୋଲିସ-ନକ୍ସଲ ଗୁଳି ବିନିମୟ: ୨ ମହିଳା ନକ୍ସଲ ନିହତ
28/12/2020 at 10:31 PM

ମାଲକାନଗିରି୨୮/୧୨: ମାଲକାନଗିରି ସୀମାନ୍ତ ଦାନ୍ତେଓ୍ବାଡ ଜିଲ୍ଲାରେ ପୋଲିସ-ନକ୍ସଲ ଗୁଳି ବିନିମୟ। ୨ ସିପିଆଇ ମହିଳା ନକ୍ସଲ ନିହତ। ଆଜି ସନ୍ଧ୍ୟା ବେଳେଦାନ୍ତେଓ୍ବାଡ କିରନ୍ଦୁଲ ଥାନା ନିକଟସ୍ଥ ପରୋକକାଡି ଜଙ୍ଗଲରେ ଡି ଆର୍ ଜି ଯବାନ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ମୃତ ଦୁଇ ଜଣ ନକ୍ସଲ ହେଲେ ଅୟେତେ ମାଣ୍ଡାଭି ଏବଂ ଭି.ଜେ ମାର୍କାମ୍। ଅୟେତେ ମାଣ୍ଡାଭି ହେଉଛନ୍ତି ମଲାଙ୍ଗିର୍ ଏରିଆ କମିଟିର ସଦସ୍ୟ ବା ଏରିଆ କମିଟିର ଇଣ୍ଟେ ଲିଜେନ୍ସ ଚିଫ୍ ତାଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ସେହିପରି ଭିଜେ ମାର୍କାମ୍ ମିଲିଟାରୀ ଇଣ୍ଟେ ଲିଜେନ୍ସ ମେମ୍ବର ଥିବା ବେଳେ ତାଙ୍କ ମୁଣ୍ଡ ଉପରେ ୨ଲକ୍ଷ ଟଙ୍କାର ପୁରସ୍କାର ଥିଲା ବୋଲି ସୂଚନା ଦେଲେ ବିଲାସପୁର ଆଇ ଜି ଦିପାଂଶୁ କାବ୍ରା।
ଏହି ଘଟଣା ପରେ ଗୋଟେ ପିସ୍ତଲ ଆଉ ଗୋଟେ ଗୁଳି ଭର୍ତ୍ତି ବନ୍ଧୁକ ଜବତ କରିଛି ପୋଲିସ। ଦୁଇଜଣ ନକ୍ସଲଙ୍କ ମୃତ ଦେହକୁ ମୁଖ୍ୟାଳୟକୁ ଅଣାଯାଇଛି। ଏହି ଅପରେସନରେ ଆହୁରି କିଛି ନକ୍ସଲ ମୃତାହତ ହେବାର ସମ୍ଭାବନା ରହିଛି। ଯାହାକି ସର୍ଚ୍ଚ ଅପରେସନ ପରେ ହିଁ ସ୍ପଷ୍ଟ ହେବା।