ବାଙ୍କୀ ହୁଳୁହୁଳା ପୋଲ ଉପରେ ପୁଣି ୨ ଫୁଟ ବନ୍ୟା ଜଳ ପ୍ରବାହିତ, ଯାତାୟାତ ବାଧାପ୍ରାପ୍ତ

Published By : Prameya-News7 Bureau | September 17, 2021 IST

ବାଙ୍କୀ ୧୭।୯: ଥମୁନି ମହାନଦୀର ବନ୍ୟାଜଳ । ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ଆସିବା ଫଳରେ ବାଙ୍କୀ ଘୋଡ଼ାବାର ନିକଟ ହୁଳୁହୁଳା ପୋଲ ଉପରୁ ଗୁରୁବାର ବନ୍ୟା ଜଳ କମିଥିବାବେଳେ ପୁଣି ଶୁକ୍ରବାର ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ପରେ ୨ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

{"id":512921,"sizeSlug":"full","linkDestination":"none"}

ସେପଟେ ତଳବସ୍ତ ବାଙ୍କୀ ମୁଖ୍ୟ ରାସ୍ତା ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେବା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କମ୍ ପାଣି ପ୍ରବାହିତ ହେବା ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏହା ଉପରେ ପ୍ରଶାସନ ଦୃଷ୍ଟି ରଖିଛନ୍ତି। ଯଦି ଅଧିକ ପାଣି ପ୍ରବାହିତ ହୁଏ ଏହି ଦୁଇଟି ସ୍ଥାନରେ ଯଥାଶୀଘ୍ର ବୋଟ୍ କିମ୍ବା ଡଙ୍ଗାର ବ୍ୟବସ୍ଥା କରାଯିବା ବୋଲି ସୂଚନା ମିଳିଛି । ସେପଟେ ବନ୍ୟା ଜଳରେ ଚାଷ ଜମି ବୁଡି ରହିଥିବାରୁ ଶହ ଶହ ଏକର ଧାନ ଫସଲ ନଷ୍ଟ ହେବାକୁ ବସିଲାଣି ବୋଲି ଚାଷୀଙ୍କ ଅଭିଯୋଗ । ଏନେଇ ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.