ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା : ପରୀକ୍ଷା ହଲକୁ ଘଣ୍ଟା କି ମୋବାଇଲ୍ ନେଇ ପାରିବେନି ପରୀକ୍ଷାର୍ଥୀ

Published By : Prameya-News7 Bureau | March 06, 2019 IST

ଭୁବନେଶ୍ବର ୬/୩:  ରାତି ପାହିଲେ ଯୁକ୍ତ ଦୁଇ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଚଳିତ ବର୍ଷ ୧୦୯୩ଟି ସେଣ୍ଟରରେ ପରୀକ୍ଷା ଦେବେ ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ । ୨୦୨ଟି ହବରେ ପ୍ରଶ୍ନପତ୍ରକୁ ରଖାଯାଇଛି । ତେବେ ପରୀକ୍ଷା ପରିଚାଳନା ପାଇଁ ୯୫୦ଟି କେନ୍ଦ୍ରରେ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଯାଇଛି । …

{"id":91132,"width":594,"height":334}

କଳାରେ ପରୀକ୍ଷା ଦେବେ ୨ଲକ୍ଷ ୩୫ ହଜାର ୧୮୩,  ବିଜ୍ଞାନରେ ୯୯ ହଜାର ୦୧୮, ବାଣିଜ୍ୟରେ ୨୭ ହଜାର ୨୭୮  ଏବଂ ଭୋକେଶନାଲରେ ୮ ହଜାର ୫୮ ଜଣ ପରୀକ୍ଷା ର୍ଥୀ ପରୀକ୍ଷା ଦେବେ । କଡା ସୁରକ୍ଷା ମଧ୍ୟରେ ୨୦୨ଟି ହବରେ ପ୍ରଶ୍ନପତ୍ର ରଖାଯାଇଛି । ପୂର୍ବରୁ ୧୦୯୧ ଟି ସେଣ୍ଟର କରାଯାଇଥିବା ବେଳେ ପରବର୍ତ୍ତି ପର୍ଯ୍ୟାୟରେ ଏହାକୁ ୧୦୯୩କୁ ବୃଦ୍ଧି କରାଯାଇଛି । ପରୀକ୍ଷା ପରିଚାଳନା ପାଇଁ ୧୦୯୩ ସେଣ୍ଟରରେ ସିସିଟିଭି ଲାଗିବା କଥା । କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୯୫୦ଟି ସେଣ୍ଟରରେ ସିସିଟିଭି ଲାଗିଛି । 

{"id":91133,"width":596,"height":335}

ପରୀକ୍ଷାର ଅଧଘଣ୍ଟା ଆଗରୁ ପରୀକ୍ଷାର୍ଥୀ ପରୀକ୍ଷାକେନ୍ଦ୍ରରେ ପ୍ରବେଶ କରିବେ । ଦୁଇଟି ପଯ୍ୟାୟରେ ପରୀକ୍ଷାର୍ଥୀଙ୍କୁ କରାଯିବ ଯାଞ୍ଚ । ଚଳିତ ବର୍ଷ ପରୀକ୍ଷାର୍ଥୀମାନଙ୍କୁ ବ୍ଲାକ ବଲ୍ ପଏଣ୍ଟ ପେନରେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶ୍ନପତ୍ର ବଣ୍ଟାଯିବା ପରେ ବଳକା ପ୍ରଶ୍ନକୁ ସଙ୍ଗେ ସଙ୍ଗେ ସିଲ୍ କରାଯିବ । ଏଥି ସହ ଭାଇରାଲ୍ ରୋକିବା ପାଇଁ ପ୍ରଶ୍ନପତ୍ର ଉପରେ ପରୀକ୍ଷାର୍ଥୀମାନେ ରୋଲ୍ ନମ୍ବର ଲେଖିବାକୁ ବାଧ୍ୟତାମୂଳକ କରାଯାଇଛି । ପ୍ରଶ୍ନପତ୍ରରେ ପରୀକ୍ଷାର୍ଥୀ ବିନ୍ଦୁଟିଏ ବି ମାରିବେନି । ଯେଉଁମାନେ ପ୍ରଶ୍ନପତ୍ରରେ କିଛି ଲେଖିବେ ସେମାନଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ସାମାନ୍ୟ ଚାପରେ ଥିଲେ ବି ପରୀକ୍ଷାରେ ଭଲ କରିବାକୁ ଆଶା ରଖିଛନ୍ତି ।

{"id":91134,"width":596,"height":335}

ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୨୦୧୭ ସୁଦ୍ଧା ରେଜିଷ୍ଟ୍ରେସନ କରିଥିବା ପରୀକ୍ଷାର୍ଥୀଙ୍କୁ ଚଳିତ ବର୍ଷ ହଳଦିଆ ପ୍ରଶ୍ନ ଦିଆଯିବ । ୨୦୧୮ ସୁଦ୍ଧା ରେଜିଷ୍ଟେସନ କରିଥିବା ପରୀକ୍ଷାର୍ଥୀଙ୍କୁ ମିଳିବ ଧଳା  ପ୍ରଶ୍ନ ପତ୍ର ।ତେବେ ଚଳିତ ବର୍ଷ ବିଜ୍ଞାନରେ ଦେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ୨୮ ତାରିଖରେ ଥିବା ବାୟୋଲୋଜି ପରୀକ୍ଷା ୨ଟି ସେସନରେ ହେବ । ପ୍ରଥମ ସିଟିଂ ୧୦ ଟାରୁ ୧୧ଟା ୩୦ ଯାଏଁ ବଟାନି ଏବଂ ପରେ ୨୦ ମିନିଟ ବ୍ୟବଧାନରେ ବାୟୋଲୋଜିରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ ।

{"id":91135,"width":593,"height":333}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.