Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସରିଲା ଯୁକ୍ତଦୁଇ ପରୀକ୍ଷା: ଏପ୍ରିଲ ଶେଷ ସପ୍ତାହରେ କଳା ଓ ମେ’ ପ୍ରଥମ ସପ୍ତାହରେ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ

30/03/2019 at 6:43 PM

ଭୁବନେଶ୍ବର ୩୦|୩ (ଅମୀୟ ରଜଂନ ସିଂହ ) : ସରିଲା ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା । ଚଳିତବର୍ଷ  ଶିଘ୍ର ପରୀକ୍ଷା ଫଳ ପ୍ରକାଶ ନେଇ ପରିଷଦ ଲକ୍ଷ ରଖିଥିବାବେଳ, ଏପ୍ରିଲ ପ୍ରଥମ ସପ୍ତାହରୁ ଅାରମ୍ଭ ହେବ ମୂଲ୍ୟାୟନ । ଏଥି ପାଇଁ ୫୮ଟି ସେଣ୍ଟର ଚୟନ କରାଯାଇଛି । ଏହା ଭିତରୁ ପ୍ରାୟ ୩୨ଟି ସେଣ୍ଟରରେ  ଉଭୟ ଅଫଲାଇନ ଓ ଅନଲାଇନରେ ମୂଲ୍ୟାୟନ ହେବାକୁ ଥିବାବେଳେ ବାକି ୨୬ଟିରେ କେବଳ ଅଫଲାଇନରେ ମୂଲ୍ୟାୟନ ହେବ । ଏଥି ପାଇଁ ପ୍ରାୟ ୧୭ରୁ ୧୮ ହଜାର ଅଧ୍ୟାପକ ଓ ଅଧ୍ୟାପିକା ସମିଲ ହେଇଛନ୍ତି । ମୂଲ୍ୟାୟନ ସମୟରେ ସବୁସେଣ୍ଟର ଗୁଡ଼ିକ ସିସିଟିଭି  ନଜରରେ ରହିବ ।  ଯେଉଁ ସବୁ ଅଞ୍ଚଳରେ ନିର୍ବାଚନ ଅନୁ​‌ଷ୍ଠିତ ହେବ ତାକୁ ନଜରରେ ରଖି ୪ଦିନ ପାଇଁ ଛୁଟି ମଳିବ । ଗୁରୁତ୍ବ ପୂର୍ଣ କଥା ହେଉଛି ଚଳିତବର୍ଷ ପରୀକ୍ଷା ଫଳ ଶିଘ୍ର ବାହାର କରିବା​‌କୁ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।

ମେ ମାସରେ ବିଜ୍ଞାନ ଫଳାଫଳ ବାହାରିବାକୁ ଥିବାବେଳେ, ଏପ୍ରିଲ ମାସରେ କଳା ବାଣିଜ୍ୟର ଫଳାଫଳ ବାହାରିବ । ସେପଟେ ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀମାନେ ବେଶ ଖୁସିଥିବା ଦେଖିବାକୁ ମିଳିଛି । ମାଟ୍ରିକ ପରୀକ୍ଷାରେ ଯେଉଁଭଳି ଭାବରେ ପ୍ରଶ୍ନପତ୍ର ଭାଇରାଲ ହେଇଥିଲା, ଯୁକ୍ତ ଦୁଇ ପରୀକ୍ଷା ପାଇଁ ବେଶ ଚ୍ୟାଲେଞ୍ଜିଂ ଥିଲା  ଉଚ୍ଚମାଧ୍ୟମିକ ଶିକ୍ଷାପରିଷଦ ପାଇଁ । ଆଉ ବେଶ ଶାନ୍ତି ଶୃଙ୍ଖଳା ସହିତ ପରୀକ୍ଷା ପରିଚାଳନା କରିବାରେ ସଫଳ ହେଇଛି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ । ଏଥି ପାଇଁ ଶ୍ରେୟ  ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି  ଅଧ୍ୟପକ ଅଧ୍ୟାପିକ ଓ ପୋଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ଉପପରୀକ୍ଷା ନିୟନ୍ତ୍ରକ ।

ତେବେ ଚଳିତ ମାସ ୭ ତାରିଖରେ ପରୀକ୍ଷା ଆରମ୍ଭ ହେଇଥିବାବେଳେ, ୧୦୯୩ଟି ସେଣ୍ଟରେ ୩୬୯୫୩୭ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

   Related Posts